ବାଲୁକା କଳାରେ ନୂଆଁଖାଇ ଜୁହାର ଜଣାଇଲେ ଶିଳ୍ପୀ ସୁଦର୍ଶନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣ ପର୍ବ  ନୂଆଁଖାଇ ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପଶ୍ଚିମ ଓଡ଼ିଶା । ଚାଷୀ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି । ଘରେ ଘରେ ପିଠାପଣାର ଆସର ଜମିଛି । ଏହି ଅବସରରେ ପୁରୀରେ ବାଲୁକାକଳା ମାଧ୍ୟମରେ ନୂଆଁଖାଇ ଜୁହାରର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ  । ଧାନ ଅମଳର ଖୁସିରେ ଏହି ପର୍ବ ପାଳିତ ହେଉଥିବା  ଯୋଗୁଁ ସୁଦର୍ଶନ ଏହି ବାଲୁକା କଳାରେ ନୂଆ ଧାନକୁ ସ୍ଥାନ ଦେଇଛନ୍ତି । ଏଥିସହିତ ନିଜ ବାଲୁକାକଳାରେ ପଶ୍ଚିମଓଡ଼ିଶାର ଅଧିଷ୍ଠାତ୍ରୀ ମା ସମଲେଶ୍ୱରୀଙ୍କ ଚିତ୍ର ମଧ୍ୟ ଖୁବ ସୁନ୍ଦର ଭାବରେ ପ୍ରସ୍ତୁତ କରିଛନ୍ତି ।

ପୁରୀ ନୀଳାଦ୍ରି ବେଳାଭୂମିରେ ପ୍ରସ୍ତୁତ ପ୍ରାୟ ୧୦ ଫୁଟ ଲମ୍ବର ଏହି ବାଲୁକାକଳାରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବା ନାରୀର ଅପରୂପ ଚିତ୍ର ଅଙ୍କା ଯାଇଥିବା ଦେଖିବାକୁ ମିଳିଛି  । ଯାହାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଲାଗିଛି ।

Leave A Reply

Your email address will not be published.