କାଲିଠୁ ମୌସୁମୀ ଅଧିବେଶନ, ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ଡ଼ିଜି ସୁନୀଲ ବଂଶଲ ନିଜେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ବେଳେ ପୋଲିସ କମିଶନର, ଆଇନ ଶୃଙ୍ଖଳା ଏଡିଜି, ଗୁଇନ୍ଦା ନିର୍ଦ୍ଦେଶକ, ଗୁଇନ୍ଦା ଡିଆଇଜି, ଭୁବନେଶ୍ୱର ସିପିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବିଧାନସଭା ପରିସର ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ଥର ପାଇଁ ବାହାରେ ଏସଟିୟୁ ଓ ଓଏସଏଫ ନିୟୋଜିତ ହେବେ।

ସେହିପରି ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଲି ଓ ଧାରଣ ଉପରେ ନଜର ରଖାଯାଇଛି । ସୁରକ୍ଷା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ୍ କରାଯାଇଛି । ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସ୍ପନସ ଟିମ, ସ୍ପେଶାଲ ଟାଇଟିକାଲ ୟୁନିଟ ରହିବେ । ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍ ପୋଲସ ଫୋର୍ସ ମୁତୟନ ହୋଇଛନ୍ତି । ୬ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିବେ । ୧୯ ଜଣ ଏସିପି, ୨୦ ଜଣ ଇନ୍ସସ୍ପେକ୍ଟର, ୭୫ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟୀତ୍ଵରେ ରହିବେ । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରମିଳା ।

Leave A Reply

Your email address will not be published.