କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ କଲେ ଭାରତ ସରକାର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତ ଓ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଏଣୁ କାନାଡା ନାଗରିକଙ୍କ ପାଇଁ ଭାରତ ଭିସା ରଦ୍ଦ କଲେ ଭାରତ ସରକାର। ପ୍ରଥମେ ଉଭୟ ଦେଶର କୂଟନୀତିଜ୍ଞଙ୍କୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ଭାରତ କାନାଡା ନାଗରିକଙ୍କ ପାଇଁ ଭିସା ସେବାକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। କାନାଡାରୁ ଭାରତକୁ ଆସିବାକୁ ଥିବା କାନାଡା ନାଗରିକଙ୍କୁ ଏବେ ଭାରତର ଭିସା ଅନିର୍ଦ୍ଧିଷ୍ଟ କାଳ ପାଇଁ ମିଳିପାରିବ ନାହିଁ। ଏନେଇ ବିଏଲଏସ ଇଣ୍ଟରନ୍ୟାସନାଲ ୱେବସାଇଟ୍ ଜରିଆରେ ନୋଟିସ୍ ଜାରି କରି କରାଯାଇଛି। ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ପରିଚାଳନା ଗତ କାରଣରୁ ସେପ୍ଟେମ୍ବର ୨୧ ତାରିଖଠାରୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଭାରତୀୟ ଭିସା ସେବାକୁ ରଦ୍ଦ କରିଦିଆଯାଉଛି। ଏହା ଅନ୍ତର୍ଗତ ଯେଉଁମାନେ କାନାଡାରୁ ଭିସା ନେଇ ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭିସା ସେବା ସ୍ଥଗିତ ରଖାଯାଇଛି। ଭାରତ ଏପର୍ଯ୍ୟନ୍ତ ନେଇଥିବା ଏହା ହେଉଛି ସବୁଠାରୁ ବଡ଼ ପଦକ୍ଷେପ। କାନାଡାର ପ୍ରଧାନମନ୍ତ୍ରୀ ଭାରତକୁ ଖାଲିସ୍ତାନ ସମର୍ଥକ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଅଭିଯୋଗ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାନାଡା ଯାଉଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଅପିଲ କରାଯାଇଛି। କାନାଡାରେ ଘୃଣା ଅପରାଧ ବୃଦ୍ଧି ପାଇଛି ଏବଂ ସେଠାକୁ ଯିବାବେଳେ ସତର୍କ ରୁହିବାକୁ ସାବଧାନ କରାଯାଇଛି। ଅନ୍ୟପଟେ ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ କାନାଡ଼ା ଶାନ୍ତି ପାଇଁ ଅପିଲ କରିଛି। ଭାରତ ଖଲିସ୍ତାନୀ ଆତଙ୍କୀଙ୍କ ପ୍ରତ୍ୟାର୍ପଣ ପାଇଁ ଅନୁରୋଧ କରିଥିବାବେଳେ ଏହାକୁ ଅଣଦେଖା କରିଛି କାନାଡ଼ା। ମୋଷ୍ଟ ୱାଣ୍ଟେଡ୍ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ଜୁନ ୧୮ରେ ତାରିଖରେ ହତ୍ୟାର ଶିକାର ହେବା ପରେ ଭାରତ ଓ କାନାଡା ଭିତରେ ତିକ୍ତତା ନିଆଁ ମାଡିଚାଲିଛି ।

Leave A Reply

Your email address will not be published.