ଆଜି ସିଏମଓ ଅଫିସ ସହ ବସିବ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ସିଏମଓ ଅଫିସ ସହ ବସିବ ପ୍ରାଥମିକ ଶିକ୍ଷକ ସଂଘର ବୈଠକ। ଏନେଇ ଶିକ୍ଷକ ମହାସଂଘ ସହ ଆଲୋଚନା ପାଇଁ CMO ଅଫିସରୁ ଆସିଛି ଡାକରା। ପିଲାଙ୍କ ପାଠପଢା ପ୍ରଭାବିତ ନହେବା ପାଇଁ ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଶିକ୍ଷକମାନଙ୍କ ମଧ୍ୟରେ ଆଲୋଚନା ହେବ । ଏହି ଆଲୋଚନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ତେବେ ଆଲୋଚନାରେ ଯୋଗଦେବା ପାଇଁ ୮ଟି ଶିକ୍ଷକ ସଙ୍ଗଠନ ସହମତି ପ୍ରକାଶ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ମହାସଚିବ ଚାରୁଲତା ମହାପାତ୍ର । ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ମହାସଚିବ  କହିଛନ୍ତି ଯେ, ଆଲୋଚନା ପାଇଁ ଆମେ ଆଶାବାଦୀ । ଆମେ ଯେତେ ସଂଘ ଆନ୍ଦୋଳନ କରୁଥିଲୁ, ସେଥି ମଧ୍ୟରୁ କେବଳ ଗୋଟିଏ ସଂଘକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ସଂଘ ଆଲୋଚନାରେ ଯୋଗଦେବେ ।

କଳା ଓ କ୍ରୀଡ଼ା ଶିକ୍ଷକଙ୍କ ସଂଘର ପ୍ରତିନିଧି ମଧ୍ୟ ରହିବେ ବୋଲି ଚାରୁଲତା କହିଛନ୍ତି । ଉଲ୍ଲେଖଯୋଗ୍ୟ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ତରଫରୁ ଡାକରା ଦିଆଯାଇ ଥିବା ଆନ୍ଦୋଳନ ଗତ ୧୮ ତାରିଖରୁ ସ୍ଥଗିତ ରହିଛି । ଏହି ଆନ୍ଦୋଳନ ବେଳେ ମୁଖ୍ୟମନ୍ତ୍ରୀ କିମ୍ୱା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡା ଯାଇଥିଲା । ତେବେ ସେମାନଙ୍କ ଅନୁରୋଧ ଅନୁସାରେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଆଜି ଡକାଯାଇଛି ।

Leave A Reply

Your email address will not be published.