ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ବଡ଼ ବିଜୟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ) ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ପ଼ଡ଼ିଥିଲା ଭୋଟ୍। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪ଟି ପଦବୀ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଛାତ୍ର କଂଗ୍ରେସକୁ କେବଳ ଉପ ସଭାପତି ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସଭାପତି ଭାବେ ଏବିଭିପିର ତୁଷାର ଡେଢ଼ା, ସମ୍ପାଦକ ଭାବେ ଏବିଭିପିର ଅପରାଜିତା, ଯୁଗ୍ମ ସମ୍ପାଦକ ଭାବେ ଏବିଭିପିର ସଚିନ ବୈସଲା ନିର୍ବାଚିତ ହୋଇଛନ୍ତି। ଜାତୀୟ ଛାତ୍ର ସଂସଦ (ଏନଏସୟୁଆଇ)ର ଅଭି ଦାହିଆ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏବିଭିପି ଏବେ ଲଗାତାର ଦୁଇ ବର୍ଷ ଧରି ଡିୟୁ ନିର୍ବାଚନରେ ଭଲ ପ୍ରଦର୍ଶନ କରି ଆସୁଛି। ଚଳିତ ଥର ୪ଟି କେନ୍ଦ୍ରୀୟ ପ୍ୟାନେଲ ପଦବୀ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଏହି ନିର୍ବାଚନରେ ପ୍ରାୟ ଏକ ଲକ୍ଷ ଛାତ୍ରଛାତ୍ରୀ ଭୋଟ୍ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୪୨% ମତଦାନ ହୋଇଥିଲା।

ପ୍ରତିବର୍ଷ ଡିୟୁ ନିର୍ବାଚନ ହେଉଥିବା ବେଳେ ଏହାକୁ ଏବିଭିପି ଓ ଏନଏସୟୁଆଇ ମଧ୍ୟରେ ସିଧାସଳଖ ଲଢ଼େଇ ବୋଲି କୁହାଯାଉଛି। ବଡ଼ କଥା ହେଲା ଏକଦା ଏହି ବିଶ୍ବବିଦ୍ୟାଳୟ ବାମପନ୍ଥ ଓ କଂଗ୍ରେସର ଦଡ଼ ଥିଲା। ବିଭିନ୍ନ ସମୟରେ କେନ୍ଦ୍ର ସରକାର ବିରୋଧରେ ଏହି କ୍ୟାମ୍ପସରୁ  ନାରାବାଜି ଆସେ। ଯାହା ଦେଶର ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଥାଏ। କିନ୍ତୁ କ୍ରମଶଃ ଏହି ଧାରାରେ ଏବେ ରୋକ୍ ଲଗାଇବାକୁ ସଫଳ ହେବାକୁ ଯାଉଛି ଶାସକ ବିଜେପିର ଶାଖା ଦଳ ଏବିଭିପି।

Leave A Reply

Your email address will not be published.