ମୋଦିଙ୍କୁ ଖୁବ୍‌ ପ୍ରଶଂସା କଲେ ବସୁନ୍ଧରା ରାଜେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଶନିବାର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ। ସେ କହିଛନ୍ତି କି, ରାଜସ୍ଥାନରେ ମହିଳାମାନେ ମହିଳା ବିରୋଧୀ କଂଗ୍ରେସ ସରକାରକୁ ଓପାଡ଼ି ଫିଙ୍ଗି ଦେବାକୁ ଅପେକ୍ଷା କରୁଛନ୍ତି। ମହାଭାରତର ଉଦାହରଣ ଦେଇ ରାଜେ କହିଛନ୍ତି କି, ଦ୍ରୌପଦୀଙ୍କ ପରି ସେ ବି କୌରବଙ୍କ ଦ୍ୱାରା ଘେରାବନ୍ଦୀ ହୋଇ ରହିଛନ୍ତି। କିନ୍ତୁ କୃଷ୍ଣ ତାଙ୍କୁ ବଞ୍ଚାଇବେ। ସେ ଏହା ବି କହିଛନ୍ତି କି, ସେ ରାଜସ୍ଥାନ ଛାଡ଼ିବେ ନାହିଁ ଏବଂ ଏଠାର ଲୋକଙ୍କ ସେବା କରିବେ। ରାଜେ ଏଠାରେ ନିଜର ଆବାସରେ ମିଡ଼ିଆ ସହ କଥାବାର୍ତ୍ତା କରୁଥିଲେ। ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ରାଜେ ଜୟପୁର ସ୍ଥିତ ନିଜର ଆବାସରେ ରାଜ୍ଯ ସାରା ମହିଳାଙ୍କ ଏକ ସଭା ଆୟୋଜନ କରିଥିଲେ। ମହିଳାମାନେ ରାଜେଙ୍କ ହାତରେ ରାକ୍ଷୀ ବାନ୍ଧି ଥିଲେ।

ରାଜେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇ କହିଛନ୍ତି , ମହିଳାଙ୍କୁ ସଂରକ୍ଷଣ ଦେଇ ମୋଦି ଦେଖାଇ ଦେଇଛନ୍ତି କି , ମହିଳାଙ୍କ ସହଯୋଗ ବିନା ରାଷ୍ଟ୍ର ନିର୍ମାଣର ସ୍ୱପ୍ନ ଅଧୁରା ରହିବ। ରାଜେ କହିଛନ୍ତି , ଏଠାରେ ଥିବା ମହିଳାଙ୍କ ଉତ୍ସାହ ଦେଖି ଏହା ସ୍ପଷ୍ଟ ଯେ ମହିଳାମାନେ ମହିଳା ବିରୋଧି କଂଗ୍ରେସ ସରକାରକୁ ଓପାଡି ଫିଙ୍ଗି ଦେବେ। ସେ କହିଛନ୍ତି ରକ୍ଷା ସୂତ୍ର ମଜବୁତ ବନ୍ଧନ। ତାହା ମୋ ପାଇଁ ରକ୍ଷା କବଚ ପରି। ଏଥିରେ ରାଜସ୍ଥାନର ମହିଳାଙ୍କ ଶକ୍ତି ରହିଛି , ଯାହା ମୋତେ କୌଣସି ବି ପ୍ରତିବନ୍ଧନରୁ ଅତିକ୍ରମ କରିବାକୁ ସାହାସ ଦେବ। ଏହା ମୋତେ ଲୋକଙ୍କ ପାଇଁ କାମ କରିବାକୁ ପ୍ରେରିତ କରିଥାଏ।  ମହାଭାରତର ଅବତାରଣ କରି ରାଜେ କହିଛନ୍ତି କି, ଯେବେ ଭଗବାନ କୃଷ୍ଣଙ୍କର ଆଙ୍ଗୁଠି କଟିଗଲା ଦ୍ରୌପଦୀ ନିଜର ଶାଢୀ ଚିରି ତାଙ୍କର ଆଙ୍ଗୁଠିରେ ବାନ୍ଧି ଦେଇ ଥିଲେ। ପରେ କୃଷ୍ଣ ତାଙ୍କୁ କୌରବଙ୍କ ଠାରୁ ରକ୍ଷା କରିଥିଲେ। ମୁଁ ମଧ୍ୟ କୃଷ୍ଣଙ୍କ ଠାରୁ ପ୍ରେରଣା ନେଇ ଆପଣଙ୍କର ସେବା କରିବି ଏବଂ ପ୍ରତି ରାଜସ୍ଥାନୀଙ୍କ ହକ୍‌ ପାଇଁ ଲଢିବି। ସେ ମହିଳାଙ୍କୁ ଏକ ଏମିତି ରାଜସ୍ଥାନ ଗଠନ କରିବାକୁ ମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଯେଉଁଠି ଆମର ଝିଅମାନେ ବିନା କୌଣସି ଭୟରେ ନିଜର ପିଲାଦିନ ବଞ୍ଚି ପାରିବେ।

Leave A Reply

Your email address will not be published.