ସୁନ୍ଦରଗଡ଼ରେ ଆଉ ୯ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ସୁନ୍ଦରଗଡ଼ରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ସୁନ୍ଦରଗଡ଼ରେ ଆଜି ପୁଣି ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ଜିଲ୍ଲାରେ ମୋଟ ୨୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ରୋଗ ସଂପର୍କରେ ଜିଲ୍ଲାବାସୀଙ୍କ ସତର୍କତା କରାଯାଉଛି । ସମସ୍ତଙ୍କୁ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଗତ କିଛି ଦିନ ହେଲା ସୁନ୍ଦରଗଡ଼ରେ ସ୍କ୍ରବ୍‌ ଟାଇଫସ୍‌ ବଢିବାରେ ଲାଗିଛି । ଏହି ରୋଗ କୀଟ ଦଂଶନରୁ ହୋଇଥାଏ । ଯେଉଁଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ସୃଷ୍ଟି କରାଯାଉଛି ।

ଜଙ୍ଗଲର ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଔଷଧ, ଟେଷ୍ଟିଂ ବ୍ୟବସ୍ଥା ମଧ୍ୟ କରାଯାଉଛି । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହେଉଛନ୍ତି । ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ତୀବ୍ର ଜ୍ବର ସାଙ୍ଗକୁ ମୁଣ୍ଡ ବୁଲାଇବା, ମାଂସପେଶୀ ଦରଜ ହୋଇଥାଏ । କୀଟ କାମୁଡ଼ିଥିବା ସ୍ଥାନର ଚର୍ମ କୁଣ୍ଡେଇ ହେବା ସହ କିଛି ସମୟ ପ‌ରେ କଳା ପଡ଼ିଯାଏ । ପରେ ପରେ ରୋଗୀ ଜ୍ବରରେ ପଡ଼େ। ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଠିକ ସମୟରେ ପରୀକ୍ଷା କରି ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ବିପଦମୁକ୍ତ ହୋଇଥାଏ ବୋଲି କହିଛନ୍ତି ଡାକ୍ତର । ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ।

Leave A Reply

Your email address will not be published.