ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଜାରି, ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭାର ମୌସୁମୀ ଅଧିବେଶନରେ ଜାରି ରହିଛି ଅଚଳାବସ୍ଥା । ତୃତୀୟ ଦିନରେ ବି ଚାଲିପାରିଲାନି ମୌସୁମୀ ଅଧିବେଶନର ପ୍ରଶ୍ନକାଳ ଓ ଶୂନ୍ୟକାଳ। ପ୍ରଶ୍ନକାଳ ଆରମ୍ଭରେ ବିଜେପି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରବଳ ନାରାବାଜି କରିଥିଲେ । ବିଜେପି ସଭ୍ୟଙ୍କ ପ୍ରଶ୍ନ ବାତିଲ କରିବା ନେଇ ହଟ୍ଟଗୋଳ କରିଥିଲେ।

ଅନ୍ୟପଟେ ବିଜେଡି ସଦସ୍ୟମାନେ ଏମଏସପି ପ୍ରସଙ୍ଗ ଉଠାଇ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ। ଫଳରେ ଗୃହକାର୍ଯ୍ୟ ଚାଲିପାରିନଥିଲା। ଏଭିତରେ ବିଜେପି ବିଧାୟକଙ୍କ ପ୍ରଶ୍ନ ଅଗ୍ରାହ୍ୟ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ, ଏନେଇ ତଦନ୍ତ କରିବେ ବିଧାନସଭା ସଚିବ । ତଦନ୍ତ କରି ରିପୋର୍ଟ ଆସିବା ନେଇ ସଦସ୍ୟଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.