ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ। ଏହା ଦ୍ୱାରା ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ। ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା କାଳ ରହିବେ। ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ।

ସୂଚନା ଅନୁସାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା। ଏହି ବୈଠକରେ ଏଭଳି ଗାଇଡଲାଇନ ସୁପାରିସ କରାଯାଇଛି। ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅତି କମ୍‌ରେ ୭୫% ରଖିବାକୁ ଗୁରୁତ୍ବାରୋପ କରାଯାଇଛି। ଭଲ ନାକ୍‌ ଗ୍ରେଡ୍‌ ପାଇଥିବା କଲେଜକୁ ଭିତ୍ତିଭୂମି ପାଇଁ ଅଧିକ ଅର୍ଥ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.