ଅକ୍ଟୋବର ୨ରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ)ଅକ୍ଟୋବର ୨ରେ ମାଲକାନଗିରିରୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଏଣୁ ଆସନ୍ତା ଅକ୍ଟୋବର ୨ ତାରିଖରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଜିଲ୍ଲାରୁ ସାରା ରାଜ୍ୟ ଲାଗି ଆରମ୍ଭ ହେବାକୁ ଥିବା ସରକାରଙ୍କ ନୂଆ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଲକ୍ଷ୍ମୀ ବସ୍ ଯୋଜନାରେ ପଞ୍ଚାୟତ ସହ ଯୋଡି ହେବ ବ୍ଳକ ଓ ବ୍ଳକ ସହ ଯୋଡି ହେବ ଜିଲ୍ଲା । ସୁଲଭ ବସ୍ ଭଡ଼ା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମରେ ଯାତାୟତ କରିପାରିବେ ଗରିବ ଲୋକେ ।

ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ମୀ ଯୋଜନାରେ ମହିଳାମାନଙ୍କ ଲାଗି ଆହୁରି କିଛି ରିହାତି ରହିଛି। ହେଲେ ସେସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାଁନ୍ତି ରାଜ୍ୟ ସରକାର । ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥି ପାଇଁ ମାଲକାନଗିରି ଷ୍ଟାଡିୟମରେ ଯୋରଦାର ପ୍ରସ୍ତୁତି ଚାଲିଛି । ମୋଟ ୩୬ଟି ବସ୍ ମାଲକାନଗିରି ଆସିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆସି ସାରିଛି ୧୫ଟି ବସ୍।

Leave A Reply

Your email address will not be published.