ଭଦ୍ରକରେ ଝିଅକୁ ଧରି ବୈତରଣୀକୁ ଡେଇଁଲା ବାପା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭଦ୍ରକରେ ଝିଅକୁ ଧରି ବୈତରଣୀ ନଦୀକୁ ଡେଇଁଲା ବାପା । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ ଆଖୁଆପଦା ସ୍ଥିତ ବୈତରଣୀ ନଦୀର ପୋଲ ଉପରୁ ଅଢେଇ ବର୍ଷର ଝିଅକୁ ସାଙ୍ଗରେ ଧରି ବାପା ନଦୀକୁ ଡେଇଁ ଥିବା ସୂଚନା । ପୋଲ ଉପରେ ସ୍କୁଟି ଓ ଚପଲ ଥିବାରୁ ସନ୍ଦେହ କରାଯାଉଛି ।

ଖବର ଅନୁଯାୟୀ, ବାଲିପୋଖରୀ ଗାଁର ଚନ୍ଦନ ସାହୁ ନାମକ ଯୁବକ ନିଜର ଅଢେଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ନଦୀର ପୋଲ ଉପରେ ସ୍କୁଟି ଓ ଚପଲ ରଖି ନଦୀକୁ ଡେଇଁପଡିଛନ୍ତି । ତେବେ କେଉଁ କାରଣ ପାଇଁ ନଦୀକୁ ଡେଇଁଛନ୍ତି । ସେନେଇ ସଠିକ୍‌ କାରଣ ଜଣାପଡିନାହିଁ । ସେପଟେ ଅଘଟଣ ସଂପର୍କରେ ସୂଚନା ପାଇଁ ଭଣ୍ଡାରିପୋଖରୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.