ବସ୍-ବାଇକ୍‌ ମୁହାଁମୁହିଁ ଧକ୍କା; ବାଇକ୍‌ ଆରୋହୀ ମୃତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ମହାଦେବ ଛକ ନିକଟରେ ବସ୍-ବାଇକ୍‌ ମୁହାଁମୁହିଁ ଧକ୍କା। ଫଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତାହାତଙ୍କ ଘର ଭୋଗରାଇପୁର ବ୍ଲକ୍ ଅନ୍ତର୍ଗତ ଉଦୟପୁର ଅଞ୍ଚଳରେ।

ସୂଚନାଯୋଗ୍ୟ, ଆଜି ସକାଳେ ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରରୁ ଚନ୍ଦନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ମହାଗବ ଛକ ନିକଟରେ ଉଦୟପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା ବାଇକ ଆରୋହୀଙ୍କ ସହିତ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜଳେଶ୍ୱର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜଣେ ବାଇକ ଆରୋହୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.