ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଟକରେ ଚୌଧୁରୀ ବଜାରରେ ଭୟାବହ ଅଗ୍ନିକାଣ୍ଡ। କେହି କିଛି ଜାଣିବା ପୂର୍ବରୁ ଦୋକାନ ସାରା ବ୍ୟାପିଗଲା ନିଆଁର ପ୍ରକୋପ । ଆଉ ହୁତୁ ହୋଇ ଜଳିଲା ୫ ମହଲା ଲୁଗା ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି।
ସୂଚନା ଅନୁସାରେ, ଆଜି ସକାଳୁ କଟକ ଚୌଧୁରୀ ବଜାର ସ୍ଥିତ ଏକ ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସମ୍ପୁର୍ଣ୍ଣ ଦୋକାନଟିକୁ ନିଆଁର ପ୍ରକୋପ ମାଡି ଯାଇଛି । ହୁତୁହୁତୁ ହୋଇ ଜଳୁଛି ଦୋକାନରେ ଥିବା ଜିନିଷପତ୍ର । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ ଓ ଅଗ୍ନିଶମ ବାହିନୀ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ୩ଟି ଅଗ୍ନିଶମ ବାହିନୀ ଟିମ୍ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିା ବେଳେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି।