ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ୱରରେ ଗାଧୋଇଥିବା ବେଳେ ପୋଖରୀରେ ବୁଡ଼ି ୨ ନାବାଳିକା ମୃତ । ଓଡ଼ଙ୍ଗି ପଞ୍ଚାୟତ ୩ନଂ ୱାର୍ଡ ବ୍ରାହ୍ମଣ ଶାସନରେ ଅଘଟଣ । ଉଭୟଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର । ଆଜି ସକାଳେ ପୋଖରୀ ରୁ ଗାଧୋଇବାକୁ ଯାଇଥିଲେ ୨ ନାବାଳିକା ।
ଗୁରୁତର ଦୁଇ ନାବାଳିକାଙ୍କୁ ପୋଖରୀରୁ ଗାଁ ଲୋକେ ଉଦ୍ଧାର କରି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ଡ଼ାକ୍ତର ଦୁହିଁ ଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇ ନାବାଳିକା ଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି ।