ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସୁନ୍ଦରଗଡ଼ରେ ନିଦ ହଜେଇଲାଣି ସ୍କ୍ରବ୍ ଟାଇଫସ୍ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ସୁନ୍ଦରଗଡ଼ରୁ ପୁଣି ୧୦ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି ।
ସୂଚନାଥାଉକି, ଜିଲ୍ଲାରେ ୪୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ୫୧ଟି ରକ୍ତନମୁନା ପରୀକ୍ଷା ପରେ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡଃ କାହ୍ନୁଚରଣ ନାୟକ । ସୂଚନା ଥାଉକି ୨୪ ଘଣ୍ଟାରେ ପୁଣି ୧୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ । ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୨୧ରେ ପହଂଚିଛି । ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି । ଜାନୁଆରୀ ୧ ତାରିଖରୁ ଏହି ରୋଗର ଲକ୍ଷଣ ଦେଖା ଦେବା ପରେ ଡାକ୍ତରମାନେ ରକ୍ତ ନମୁନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ ।