ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌ ଲଢ଼ିବେ ନାହିଁ କୌଣସି ଓକିଲ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌ ଲଢ଼ିବେ ନାହିଁ କୌଣସି ଓକିଲ । ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭିଯୁକ୍ତଙ୍କ ତରଫରୁ ମାମଲାକୁ କେହିବି ଲଢ଼ିବେ ନାହିଁ ବୋଲି ବାର୍‌ ଆସୋସିଏଶନ ଅଧ୍ୟକ୍ଷ ଅଶୋକ ଯାଦବ ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ଅଭିଯୁକ୍ତଙ୍କୁ ଯେପରି ଫାଶି ହେଉ ସେ ଚେଷ୍ଟା କରିବେ, ଯାହାଦ୍ୱାରା ସମାଜକୁ ବଡ଼ ସନ୍ଦେଶ ଯିବ ଏବଂ ମହିଳାଙ୍କ ସହ ଏଭଳି କିଛି ନହେବ ବୋଲି ସେ କହିଛନ୍ତି।

ସୋମବାର ରକ୍ତସ୍ରାବ ହେଉଥିବା ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ ମହାକାଳ ଥାନା ଅଞ୍ଚଳର ରାସ୍ତାରେ ଠାବ କରାଯାଇଥିଲା। ପରେ ତାଙ୍କୁ ବଳାତ୍କାର କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ତଦନ୍ତ ପରେ ଘଟଣାର ଅଭିଯୁକ୍ତ ଅଟୋ ରିକ୍ସା ଚାଳକ ଭରତ ସୋନିଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ସିସିଟିଭି ଫୁଟେଜ ଆଧାରରେ ତାଙ୍କୁ ଅଟକ ରଖାଯାଇଥିବା ବେଳେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ।

 

Leave A Reply

Your email address will not be published.