ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସାରା ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ। ୩୦ ଟି ଜିଲ୍ଲାରେ ବୁଲିବାକୁ ଥିବା ଏହି କ୍ୟାମ୍ପେନରେ ସାମିଲ ହେବେ ମିଶନ ଶକ୍ତି ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ । ଆଜି ସାଇବର ସୁରକ୍ଷା ଅଭିଯାନ ଓ ସାଇବର ସୁରକ୍ଷା ରଥର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠୁ ଅକ୍ଚୋବର ୧୫ ତାରିଖ ଯାଏ ଚାଲିବ ଅଭିଯାନ । ସାଇବର ଅପରାଧୀଙ୍କ କବଳରୁ ମୁକୁଳିବେ କେମିତି ? ସାଇବର ଠକଙ୍କଠାରୁ ବର୍ତ୍ତିବା ପାଇଁ କ’ଣ କରିବେ ? ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ କରାଯିବ ସଚେତନ ।
୩୦ ଜିଲ୍ଲାର ବ୍ଲକ ସ୍ତରରେ କରାଯିବ ସାଇବର ସେଫ୍ ଟି କ୍ୟାମ୍ପେନ । ୨୦୧୮ ରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ସଚେତନତା ପଦକ୍ଷେପ ‘ ପରୀ ପାଇଁ କଥା ଟିଏ’ ଅଭିଯାନରେ ସଫଳତା ପରେ ଅଦୃଶ୍ୟ ଠକଙ୍କୁ ସାବାଡ଼ କରିବାକୁ ଆରମ୍ଭ ହୋଇଛି ଆଉ ଏକ ନିଆରା ପ୍ରୟାସ।