ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି ପାଇଁ ଶିନ୍ଦେ-ଉଦ୍ଧବ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କିଛିଦିନର ନିରବତା ପରେ ମହାରାଷ୍ଟ୍ରରେ ପୁଣି ଗତ ବର୍ଷ ଭଳି ରାଜନୈତିକ ବିବାଦର ଦେଖାଦେଇଛି। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଅକ୍ଟୋବର ୨୪ ରେ ମୁମ୍ବାଇର ଶିବାଜୀ ପାର୍କରେ ଦଳର ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ମାଗିଛନ୍ତି। ୧୯୬୬ମସିହାରେ ଆରମ୍ଭ ହେବା ପରଠାରୁ ଶିବସେନା ଦ୍ୱାରା ଦାଦର ଠାରେ ଦଶହରା ରାଲି ଆୟୋଜନ କରିବା ଏକ ପରମ୍ପରା। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଶିବସେନାର ଦୁଇ ଗୋଷ୍ଠୀ ଏନେଇ ଆବେଦନ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଜି ଉତ୍ତର ୱାର୍ଡ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଏହାକୁ ଆଇନ ବିଭାଗକୁ ପଠାଯାଇଛି। ଶିନ୍ଦେ ଏବଂ ଉଦ୍ଧବଙ୍କ ମଧ୍ୟରେ ଅସଲି ନକଲି ଶିବସେନା ନେଇ ଏହା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି। ଶିନ୍ଦେ ଗୋଷ୍ଠୀ ପାଇଁ ଆବେଦନ ପାର୍ଟିର ବିଧାୟକ ମହିମର ବିଧାୟକ ସଦା ସର୍ବକରଙ୍କ ଦ୍ୱାରା ଦାଖଲ ହୋଇଥିବାବେଳେ ଉଦ୍ଧବ ଦଳ ପାଇଁ ଆବେଦନ ଏହାର ସ୍ଥାନୀୟ ଜୋନାଲ ମୁଖ୍ୟ ମହେଶ ସାୱନ୍ତଙ୍କ ଦ୍ୱରା କରାଯାଇଛି। ଗତ ବର୍ଷ ଦଳ ଦୁଇ ଭାଗରେ ବିଭକ୍ତ ହେବା ପରେ ପ୍ରଥମ ଥର ପାଇଦଶହରା ରାଲି ଅନୁଷ୍ଠିତ ହେବାକୁ ଯାଉଥିବାରୁ ଉଭୟ ଦଳ ଚର୍ଚ୍ଚାରେ ଥିଲେ।

ଶିବଜୀ ପାର୍କରେ ସେନାର ବାର୍ଷିକ ଦୁଷେରା ରାଲି ଆୟୋଜନ ପାଇଁ ଅନୁମତି ପାଇଁ ଆବେଦନ କରିଥିଲେ। ତେବେ ବିଏମସି ଉଭୟ ଗୋଷ୍ଠୀଙ୍କର ଅନୁମତି ଆବେଦନ ପ୍ରତ୍ୟାଖ୍ୟାନ କରିଥିଲା। ଶେଷରେ, ବମ୍ବେ ହାଇକୋର୍ଟ ନାଗରିକ ସଂସ୍ଥାର ଆଦେଶକୁ ଖାରଜ କରି ୫ ଅକ୍ଟୋବର ୨୦୨୨ରେ ଶିବଜୀ ପାର୍କରେ ଉଦ୍ଧବ ଗୋଷ୍ଠୀଙ୍କୁ ଦଶହରା ରାଲି କରିବାକୁ ଅନୁମତି ଦେଇଥିଲେ। ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଏମଏମଆରଡିଏ ପଡିଆରେ ଶିନ୍ଦେ ଗୋଷ୍ଠୀ ଦଶହରା ରାଲି କରିଥିଲେ । ଉଦ୍ଧବ ଗୋଷ୍ଠୀର ମହେଶ ସାୱନ୍ତ କହିଛନ୍ତି, ଏହା ଆମର ପରମ୍ପରା। ଗତ ବର୍ଷ ବିଏମସିର କୌଶଳ କାମ କରି ନ ଥିଲା ଏବଂ ଆମକୁ ହାଇକୋର୍ଟ ଯିବାକୁ ପଡିଥିଲା । ଆମେ ପୂର୍ବରୁ ମଧ୍ୟ ଆବେଦନ କରିଛୁ। ଆମେ ଗତ ବର୍ଷର ଅନୁମତି ପତ୍ର ମଧ୍ୟ ସଂଲଗ୍ନ କରିଛୁ । ଆମେ ଆମର ଆବେଦନ ସ୍ଥିତି ବିଷୟରେ ପଚାରିବା ପାଇଁ ଆସିଷ୍ଟାଣ୍ଟ ମ୍ୟୁନିସିପାଲିଟି କମିଶନର ପ୍ରଶାନ୍ତ ସାକପାଲଙ୍କୁ ଭେଟିଥିଲୁ ଏବଂ ସେ କହିଥିଲେ ଫାଇଲଟି ଆଇନ ବିଭାଗକୁ ପଠାଯାଇଛି। ଶିବାଜୀ ପାର୍କରେ ଦଶହରା ରାଲି ଆୟୋଜନ କରିବା ଉଭୟ ଦଳ ପାଇଁ ସମ୍ମାନର ବିଷୟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଯେହେତୁ ଉଭୟ ଗୋଷ୍ଠୀ ଦଳର ଉତ୍ତରାଧିକାରୀ ନେଇ ଲଢ଼େଇ ଲଢୁ ତେଣୁ ଏହା ଅତ୍ୟନ୍ତ ଗଚରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଶିନ୍ଦେଙ୍କ ଗୋଷ୍ଠୀ ପାଇଁ, ନିର୍ବାଚନ ଆୟୋଗ ଶିବସେନା ନାମ ଏବଂ ଧନୁ ଓ ତୀରର ଚିହ୍ନ ବଣ୍ଟନ କରିବା ପରେ ଶିବାଜୀ ପାର୍କରେ ଉତ୍ସବ ପାଇଁ ନୁମତି ତାଙ୍କର ବୈଧତା ଦାବିକୁ ସୁଦୃଢ଼ କରିବ।

Leave A Reply

Your email address will not be published.