ଜାଣନ୍ତୁ ଟାଇଗର-୩ ପାଇଁ ସଲମାନ ଓ କ୍ୟାଟରିନାଙ୍କ ପାରିଶ୍ରମିକ କେତେ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଲିଉଡ ମୁଭି ‘ଟାଇଗର -୩’ ପାଇଁ ଏବେ ବହୁତ ବ୍ୟସ୍ତ ଅଛନ୍ତି ସଲମାନ ଖାନ୍ ଓ କ୍ୟାଟରିନା କୈଫ୍ । ପ୍ରଶଂସକମାନେ ମଧ୍ୟ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଥିଲା, ଯାହା ପ୍ରଶଂସକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ଏହି ଟିଜରରେ ସଲମାନଙ୍କ ଆକ୍ସନ ଷ୍ଟାଇଲ ଟାଇଗର ଭାବରେ ଦର୍ଶାଯାଇଛି, ଯିଏ ୨୦ ବର୍ଷ ପର୍ଯ୍ୟନ୍ତ ଦେଶ ସେବା କରିଥିଲେ ଏବଂ ତା’ପରେ ତାଙ୍କ ବିଶ୍ୱାସଘାତକତାର ଅପବାଦ ଦୂର କରିବା ଏବଂ ପୁଅର ଆଖିରେ ହିରୋ ହେବା ପାଇଁ ଏକ ମିଶନରେ ଯାଇଥିବାର ଅନୁମାନ କରାଯାଉଛି। ଟିଜରରେ ଟାଇଗରଙ୍କ ସଂଳାପ ମଧ୍ୟ ପ୍ରଶଂସକଙ୍କୁ ବହୁତ ପ୍ରଭାବିତ କରିଛି। ଆଶା କରାଯାଉଛି ଏହି ଫିଲ୍ମ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହିଟ ହେବ। ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିର ଅଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ଏହି ଚଳଚ୍ଚିତ୍ର ପାଇଁ ସେ କେତେ ଦାବି କରିଛନ୍ତି ସେ ନେଇ ନାନା ଚର୍ଚ୍ଚା ହେଉଛି। ସଲମାନ ଖାନ ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନେଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ସାମ୍ନାକୁ ଆସିନାହିଁ।

ଅନ୍ୟପକ୍ଷରେ, ଫିଲ୍ମରେ ସଲମାନ ଖାନଙ୍କ କୋ-ଷ୍ଟାର ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ ଫିଲ୍ମ ପାଇଁ କେତେ ପାରିଶ୍ରମିକ ନେଇଛନ୍ତି ତାହା ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ। କିନ୍ତୁ ରିପୋର୍ଟରୁ ଜଣାପଡିଛି ସେ ୧୫ ରୁ ୨୧ କୋଟି ଟଙ୍କା ନେଇଛନ୍ତି। । ଯାହାକି ପ୍ରତି ପ୍ରୋଜେକ୍ଟ ପାଇଁ ତାଙ୍କର ନିର୍ଦ୍ଧାରିତ ପାରିଶ୍ରମିକ। ଟାଇଗର-୩ ହେଉଛି ଏକ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈର ସିକ୍ୱେଲ। ମନୀଶ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଶକ୍ତିଶାଳୀ ଷ୍ଟଣ୍ଟ ଏବଂ ସଲମାନଙ୍କ ଆକ୍ସନରେ ପ୍ୟାକ ହୋଇଛି ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରରେ ଇମ୍ରାନ ହାସମି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଏହା ୧୦ ନଭେମ୍ବରରେ ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

 

Leave A Reply

Your email address will not be published.