ପାର୍ବଣ ପାଇଁ ୨୮ରୁ କମ୍ପିବ ଢେଙ୍କାନାଳ ସହର

୮ରେ ମା'ଙ୍କ ଭସାଣି, ବାଜିବନି ଡିଜେ

0

ଓଡ଼ିଆ ନ୍ୟୁଜ, ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ମହୋତ୍ସବ ପାଳନ ପାଇଁ ଆଜି ପ୍ରଶାସନ ଓ ପୂଜା କମିଟି ମିଳିତ ବଜାରର ଏକ ପ୍ରସ୍ତୁତି ବୈଠକ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ବୈଠକରେ ଅଧ୍ୟକ୍ଷତା କରି ଚଳିତ ମାସ ୨୮ ତାରିଖରୁ ପୂଜା ଆରମ୍ଭ ହୋଇ ୮ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ମହୋତ୍ସବ ପାଳନ ପାଇଁ ଆଜି ପ୍ରଶାସନ ଓ ପୂଜା କମିଟି ମିଳିତ ବଜାରର ଏକ ପ୍ରସ୍ତୁତି ବୈଠକ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସରୋଜ କୁମାର ସେଠୀ ବୈଠକରେ ଅଧ୍ୟକ୍ଷତା କରି ଚଳିତ ମାସ ୨୮ ତାରିଖରୁ ପୂଜା ଆରମ୍ଭ ହୋଇ ୮ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ।ପୌର ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଡେପୁଟି ଜିଲ୍ଲାପାଳ ଲକ୍ଷ୍ମୀଧର ରାଉତ, ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ଓ ସଂପାଦକ, ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବୁଦ୍ଧିଜୀବୀ,ସହରକୁ ପରିଷ୍କାର, ନାଳନର୍ଦ୍ଦମା ସଫା, ଷ୍ଟ୍ରିଟ୍‌ ଲାଇଟ୍‌ର ବ୍ୟବସ୍ଥା, ଅଧିକ ପାନୀୟ ଜଳଯୋଗାଣ, ଡ୍ରେନ୍‌ ଓ ରାସ୍ତା ମରାମତି, ବୁଲା ଗୋରୁଙ୍କୁ ରାସ୍ତା ଅବରୋଧରୁ ହଟାଯିବା, ପାର୍କିଂ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ୨୪ ଘଣ୍ଟିଆ ଆଶୁ ଚିକିତ୍ସା ବ୍ୟବସ୍ଥା ଓ ଜରୁରୀ ଚିକିତ୍ସା ସେବା ନିମନ୍ତେ ମୋବାଇଲ୍‌ ଆମ୍ବୁଲାନ୍ସ ମୁତୟନ, ସହରରେ ଅସ୍ଥାୟୀ ପରିସ୍ରାଗାର ବ୍ୟବସ୍ଥା, ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ପୁଲିସ୍‌ ମୃତୟନ ସହ ଟ୍ରାଫିକ୍‌ ନିୟନ୍ତ୍ରଣର ବ୍ୟବସ୍ଥା ଓ ରାତି ୧୨ଟା ପର୍ଯ୍ୟନ୍ତ ପୂଜା ଉତ୍ସବ ପାଳନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ପୂଜା ସମୟରେ ମହିଷାପାଟଠାରେ ପଲ୍ଲୀଶ୍ରୀ ମେଳା ହେବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଗଣମାଧ୍ୟମ ପ୍ରତିନିଧିମାନେ ‌ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ସଦର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ। ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.