ଆସନ୍ତୁ ଜାଣିବା ଅଧିକ ଗ୍ରୀନ୍ ଟି ପିଇବାର ଅପକାରିତା

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର : ଆଜିର ବ୍ୟସ୍ତବହୁଳ ଲାଇଫ୍ ଷ୍ଟାଇଲରେ, ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହାନ୍ତି । ସେଥିପାଇଁ ତ ସାଧାରଣ ଲୋକମାନେ ଚା ବଦଳରେ ଗ୍ରୀନ୍ଟି ପିଇବାକୁ ପସନ୍ଦ କରୁଛନ୍ତି । ଏଥିରେ କୌଣସି ସନେ୍ଦହ ନାହିଁ ଯେ ଗ୍ରୀନଟି ଶରୀର ପାଇଁ ଖୁବ୍ ଉପକାରୀ । ଶରୀରକୁ ଡିଟକ୍ସ କରିବା ବ୍ୟତୀତ ଏହା ଓଜନକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ନିଜକୁ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ ଆପଣ ପିଉଥିବା ଗ୍ରୀନ୍ ଟି ମଧ୍ୟ ଆପଣଙ୍କୁ କ୍ଷତି ପହଂଚାଇପାରେ । କାରଣ ସମସ୍ତେ ଜାଣନ୍ତି କୌଣସି ଜିନିଷ ଅଧିକ ବ୍ୟବହାର କରିବା ହିଁ ଖରାପ । ତେବେ ଆପଣ ଅତ୍ୟଧିକ ମାତ୍ରାରେ ଗ୍ରୀନ୍ ଟିର ସେବନ କରୁଛନ୍ତି କି । ଯଦି କରୁଛନ୍ତି ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ । ତେବେ ଆସନ୍ତୁ ଜାଣିବା ଅଧିକ ଗ୍ରୀନ୍ ଟି ଅଧିକ ପିଇବାର ଅପକାରିତା ।

୧. ଯଦି ଆପଣ ଗୋଟିଏ ଦିନରେ ୨-୩ କପରୁ ଅଧିକ ଗ୍ରୀନ୍ ଟି ଖାଆନ୍ତି, ତେବେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏଥିରେ ମିଳୁଥିବା କଫିନ୍ , ମାଇଗ୍ରେନ୍ ସୃଷ୍ଟି କରିପାରେ ।
୨. ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ଆପଣ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ନଷ୍ଟ କରିପାରେ । ଯେଉଁଥିପାଇଁ ଆପଣ ପେଟରେ ଯନ୍ତ୍ରଣା, କଷ୍ଟ ଅନୁଭବ କରନ୍ତି ।
୩. ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଅତ୍ୟଧିକ ଗ୍ରୀନ୍ ଟି ଶରୀରରେ ଥିବା ମେଲାଟୋନିନ୍ ହରମୋନର ସନ୍ତୁଳନକୁ ବିଗାଡି ଥାଏ । ଯାହାଦ୍ୱାରା ନିଦ୍ରା ଅଭାବ ହୋଇପାରେ ।
୪. ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ବାନ୍ତି ଦେଖା ଦେଇପାରେ । ବାସ୍ତବରେ, ଗ୍ରୀନ୍ ଟିରେ ଟେନିନ୍ ର ପରିମାଣ ବହୁତ ଅଧିକ ତେଣୁ ଏହା କରାଇପାରେ ବାନ୍ତି ।

୫. ଅତ୍ୟଧିକ ଗ୍ରୀନ୍ଟି ପିଇଲେ ଆପଣଙ୍କ ରକ୍ତଚାପ ମଧ୍ୟ କମିଯାଏ ।
ମନେ ରଖନ୍ତୁ ଦିନର ଆରମ୍ଭ ଗ୍ରୀନ୍ ଟିରୁ କେବେ ବି କରିବେ ନାହିଁ । ଆବଶ୍ୟକତାରୁ ଅଧିକ ଗ୍ରୀନ୍ ଟି ପିଇବା ଦେଇଥାଏ ଷ୍ଟ୍ରେସ୍ । ଖାଇବାର ତୁରନ୍ତ ପରେ ଏହାକୁ ପିଅନ୍ତୁ ନାହିଁ । ମନେ ରଖନ୍ତୁ ଗ୍ରୀନ୍ ଟିକୁ ବିଲକୁଲ ଔଷଧ ସହ ପିଅନ୍ତୁ ନାହିଁ । ଏହାସହ କେବେ ବି ଗ୍ରାନ୍ ଟି ବ୍ୟାଗକୁ ଥରେ ବ୍ୟବହାର କରିସାରିବା ପରେ ଦ୍ୱତୀୟଥର ବ୍ୟବହାର କରନ୍ତୁ ନାହିଁ । ଯଦିଓ ଗ୍ରାନ୍ ଟି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଏହାକୁ ସଠିକ୍ ଉପାୟରେ ଏବଂ ସଠିକ୍ ପରିମାଣରେ ଖାଉଛନ୍ତି । ଯଦି ଆପଣ ଏହାର ବ୍ୟବହାରରେ ଭୁଲ୍ କରନ୍ତି, ତେବେ ଆପଣଙ୍କୁ ଏହି କାରଣରୁ କ୍ଷତି ସହିବାକୁ ପଡିପାରେ । ତେଣୁ, ଯଦି ଆପଣ ସୁସ୍ଥ ରହିବାକୁ ଖାଦ୍ୟରେ ଗ୍ରୀନ୍ ଟି ଅନ୍ତଭୁକ୍ତ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Leave A Reply

Your email address will not be published.