୫୦୦ ବର୍ଷ ହେବ ପୂଜା ପାଉଛନ୍ତି ଦୁର୍ଗା

0

ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର:  ଦୁର୍ଗା ପୂଜା ଭିନ୍ନ ବିଭିନ୍ନ ରାଜ୍ୟରେ ପାଳନ ହେଉଛି । କିନ୍ତୁ କେଉଁଠି ୧୦ ବର୍ଷ କି ୧୦୦ ବର୍ଷ ହେବ ପୂଜା ହୋଇ ଆସୁଛି ଦୁର୍ଗା ପୂଜା । ହେଲେ ରାଜ୍ୟରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ୫୦୦ ବର୍ଷ ହେବ ଦୁର୍ଗା ପୂଜା ହୋଇ ଆସୁଛି । ତେବେ ଆଉ କିଛି ଦିନ ପରେ ଆରମ୍ଭ ହେବ ଦୁର୍ଗା ପୂଜା ଗାଁ ରୁ ସହର ସବୁଠି ଚଳଚଞ୍ଚଳ । ମାଆଙ୍କ ଆଗମନ ପାଇଁ ସବୁଠି ପ୍ରସ୍ତୁତି ଚାଲିଛି ।

ଆପଣ ମାନେ ଦେଖୁଥିବା ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ସାନସୁଆର ଗ୍ରାମର ପୁରୁଣା ଦୁର୍ଗାମଣ୍ଡପର । ଏହି ସ୍ଥାନରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ । ବୟସର ଅପରାହ୍ନରେ ମଧ୍ୟ ନିଜ କୌଳିକ ବୃତ୍ତି କୁ ବଂଚାଇ ରଖିଛନ୍ତି ଏହି ବୃତ୍ତି ବ୍ୟକ୍ତି ଜଣକ । ବୟସ ପାଖାପାଖି ସତୁରି ଉପରେ କିନ୍ତୁ ସେ ତିଆରି କରୁଛନ୍ତି ସୁଉଚ୍ଚ ଦୁର୍ଗା ମେଢ଼ । ଏବଂ ଗ୍ରାମର ଯୁବକ ମାନଙ୍କୁ ମଧ୍ୟ ମୂର୍ତ୍ତି ତିଆରି କରିବାକୁ ଶିକ୍ଷା ଦେଉଛନ୍ତି । ଦୀର୍ଘ ୫୦୦ବର୍ଷ ପୁରୁଣା ଏହି ଦୁର୍ଗା ପୂଜା । ଅଭିରାମ ମିଶ୍ରଙ୍କ କହିବା ଅନୁଯାଇ ତାଙ୍କ ଜେଜେ ବାପା ତାଙ୍କ ବାପାଙ୍କ ଅମଳରୁ ସେ ଏହି ପୂଜା ଦେଖିଆସୁଛନ୍ତି । ପୂଜାକୁ ସରସ ସୁନ୍ଦର କରିବା ସହ କେମିକାଲ ଯୁକ୍ତ ପଦାର୍ଥ ନ ବ୍ୟବହାର କରିବା, ପରିମଳ ପ୍ରଦ୍ୟୁଷଣ ପାଇଁ ସଂକଳ୍ପ ନେଇଛନ୍ତି ପୂଜା କମିଟିର ସଦସ୍ୟ ।

ଲୋକ କିପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ କମିଟି ଧ୍ୟାନ ଦେବ ବୋଲି କହିଛନ୍ତି। ଅଭିରାମ ମିଶ୍ରଙ୍କ କହିବା ଅନୁଯାଇ ତାଙ୍କ ଜେଜେ ବାପା ତାଙ୍କ ବାପାଙ୍କ ଅମଳ ରୁ ସେ ଏହି ପୂଜା ଦେଖିଆସୁଛନ୍ତି । ପରିବେଶକୁ ସୁରକ୍ଷିତ ରଖିବା ପାଇଁ କେମିକାଲ ଯୁକ୍ତ ପଦାର୍ଥ ବ୍ୟବହାର ନ କରି ମୂର୍ତ୍ତି ନିର୍ମାଣ କରାଯାଉଛି ।

Leave A Reply

Your email address will not be published.