ଭୁବନେଶ୍ବର(ଓଡିଆ ନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ଭୋଟ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଙ୍କ ପ୍ରତିକ୍ରିୟା ।ଫେକ୍ ଭୋଟର ମାନଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ । ଫେକ୍ ଭାବେ ଭୋଟ ଦେଲେ ଦିଆଯିବ ପୋଲିସର ଜିମା ।
ଚାଲେଞ୍ଜ ଭୋଟ –
ଯଦି ପ୍ରାଥି ମାନଙ୍କ ଏଜେଣ୍ଡ କୌଣସି ଭୋଟରର ପରିଚୟ ଉପରେ ଆପତ୍ତି କରନ୍ତି ତେବେ ଏଜେଣ୍ଡ ମାନେ ୨ ଟଙ୍କା ଦେଇ ତାଙ୍କର ପରିଚୟକୁ ଚ୍ୟାଲେଞ୍ଜ କରି ପାରିବେ । ପ୍ରିଜାଇଡ଼ିଙ୍ଗି ଅଫିସର ମାନେ ସ୍ପଟ ଉପରେ ତାହାର ଯାଞ୍ଚ କରିବେ । ଯଦି ଅଭିଯୋଗ ଟି ସତ୍ୟ ପ୍ରମାଣିତ ହେଲା ସେହି ଲୋକଙ୍କୁ ପୋଲିସର ଜିମା ଦିଆଯିବ । ଯଦି ଅଭିଯୋଗ ସତ ନୁହେଁ ସେ ଭୋଟ ଦେଇ ପାରିବେ ।
ଟେଣ୍ଡଡ଼ ଭୋଟ –
ଯଦି ଜଣଙ୍କ ସ୍ଥାନରେ ଅନ୍ୟ ଜଣେ ଭୋଟ ଦେଇ ଦେଇଥିବ । ସେହି କ୍ଷତ୍ରରେ ସେହି ଭୋଟରଙ୍କୁ ଟେଣ୍ଡଡ଼ ଭୋଟ ପାଇଁ ଅନୁମତି ଦିଆଯିବ । ମାତ୍ର ସେ ଭୋଟ ଦେଇଥିବା ବାଲାଟ ପେପରକୁ ଅଲଗା ରଖାଯିବ । ଏବଂ ତାଙ୍କ ଭୋଟ ଟିକୁ କାଉଣ୍ଟ କରାଯିବ ନାହିଁ । ଅନ୍ୟପଟେ ନିର୍ବାଚନ ପରିଚାଳନାରେ ଭାଗ ନେଇଥିବା ପୁଲିଂ ଅଫିସର ମାନେ ଭୋଟ ଦେବା ପାଇଁ କୌଣସି ବ୍ୟବସ୍ଥା ନଥିବା କଥା କହିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧିକାରୀ ।