ଓଡ଼ିଆ ନ୍ୟୁଜ, ମୟୁରଭଞ୍ଜ : କରଞ୍ଜିଆ ମିଳନ ପଡିଆ ରେ ଉଦଘାଟିତ ହେଲା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଏହି ଉଦଘାଟନି ଉତ୍ସବ ରେ ମୁଖ୍ୟଅତିଥ୍ଭାବେ କରଞ୍ଜିଆ ବିଧାୟିକା ତଥା ଓଡିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରତ୍ୱଜ ,ଯୋଗ ଦେଇ ମେଳାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଠାକୁରମୁଣ୍ଡା ବିଡ଼ିଓ ତଥା ଆଇ ଏ ଏସ ଅକ୍ଷୟ ପଲାଇ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ତରୁଣ କୁମାର ଛୋଟରାୟ, ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଇ ଶକ୍ତିକାନ୍ତ ମହାପାତ୍ର, ପ୍ରମୁଖ ଯୋଗ ଦେଇ ଉପଖଣ୍ଡ ସ୍ଥରୀୟ କୃଷି ଯନ୍ତ୍ରପାତି ମେଳା କରଞ୍ଜିଆରେ ପ୍ରଥମ ବୋଲି କହିବା ସହିତ ଏହା ଆମର ଗର୍ବ ବୋଲି କହିଥିଲେ । ମେଳାରେ ଅତ୍ୟାଧୁନିକ ଯନ୍ତ୍ରପାତି ଆସିଥିବାରୁ ଚାଷୀଙ୍କୁ ରିହାତି ମୂଲ୍ୟରେ ଯୋଗାଉଥିବା ସୂଚନା | ଦେଇଥିଲେ । ଏହି ଅବସରରେ ଉପଖଣ୍ଡର ଓଗ୍ରଣୀ ଚାଷୀଙ୍କୁ ମନ୍ତ୍ରୀ ସମ୍ମାନିତ କରିଥିଲେ ସେମାନେ ହେଲେ କରଞ୍ଜିଆ ବ୍ଲକର ହୀରାବତୀ ମହାନ୍ତ, ପୁଷ୍ପଲତା ନାଏକ, ସୁମନ୍ତ କୁମାର ମହାନ୍ତ, ଯଶିପୁର ବ୍ଲକ ର ଭାରତି ମହାନ୍ତ, ଠାକୁରମୁଣ୍ଡା ବ୍ଲକ ର ଚଞ୍ଚଳା ମହାନ୍ତ, ରରୁଆ ବ୍ଳକର ସୁରେଶ ଚନ୍ଦ୍ର ମହାନ୍ତ ଓ ମାଣ୍ଡିଆ ଦିଦି ସୁବାସ ମହାନ୍ତ ପରେ ବୈଷୟିକ ଆଲୋଚନା ହୋଇଥିଲା ।
କାର୍ଯ୍ୟକ୍ରମକୁ କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରାମ ଚନ୍ଦ୍ର ନାୟକ ଯଶିପୁର କୃଷିଜିଲ୍ଲା ଅଧିକାରୀ ତପନ କୁମାର ମହାପାତ୍ର, ଗୋଷ୍ଠୀ କୃଷି ଅଧିକାରୀ କରଞ୍ଜିଆ ଅଭିମୋନ୍ୟୁ ଅଣ୍ଡିଆ, ରରୁଆ ଅଧିକାରୀ ଚକ୍ରଧର ମହାନ୍ତି, ଶୁକୃଳି ଜ୍ୟୋତିଶ୍ରୀ ହୋ, ସହକାରୀ କୃଷି ଅଧିକାରୀ କରଞ୍ଜିଆ ଶୁଭ୍ରାଂଶୁ ଶେଖର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପାଞ୍ଚପିଡ ଉପଜିଲ୍ଲା ତଥା ଉପଖଣ୍ଡିୟ କୃଷି ଯନ୍ତ୍ରପାତି ମେଳାର ଅଧ୍ୟକ୍ଷ ପ୍ରେମଶୁ ଚାନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇ ଶ୍ରୀନିବାସ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।