ସିଟି ଓ ଜିଏସଟି ର ବଡ଼ ଧାରଣା ଚଢ଼ାଉ

0

ଓଡ଼ିଆ ନ୍ୟୁଜ, ମୟୁରଭଞ୍ଜ: ସିଟି ଏବଂ ଜିଏସଟି ବିଭାଗ ର ଏକ ବଡ ଧରଣର ଚଢ଼ାଉ କରିଛି | ଆଜି ମୟୁରଭଞ୍ଜ ଜିଲ୍ଲା କରଂଜିଆର ପି.ଡବ୍ଲୁ.ଡି ଛକ ନିକଟରେ ଥିବା ନେହା ଟ୍ରେଡ଼ର୍ସ ଏବଂ ଇଣ୍ଡିଆନ ଟ୍ରେଡ଼ର୍ସ ଦୁଇଟି ଦୋକାନ ଉପରେ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରିଥିବା ଜଣା ପଡିଛି |ତେବେ ସୂଚନା ମୁତାବକ ଏହି ଦୁଇଟି ଦୋକାନ ଜିଏସଟି ଫାଙ୍କିବା ଅଭିଯୋଗ ବହୁବାର ଆସୁଥିଲା ଏହାକୁ ଆଧାର କରି ଡେପୁଟି କମିଶନରଙ୍କ ସହିତ ବାଲେଶ୍ଵର, ମୟୁରଭଂଜ ଜିଲ୍ଲାର ଟିମ ମିଳିତ ଉଦ୍ୟମରେ ଆତର୍କିତ ଭାବେ ଏକ କାଳୀନ ଦୁଇଟି ସ୍ଥାନରେ ଚଢ଼ାଉ କରୁଥିବା ଦେଖିବାକୁ ମିଳିଛି |

ଏହି ଚଢ଼ାଉରେ ଅଧିକାରୀ ମାନେ ବିଶେଷ ଭାବେ ବିଲ୍ ସମ୍ବନ୍ଧୀୟ କାଗଜ ପତ୍ର ଜବତ କରିଥିବା ଜଣା ପଡ଼ିଛି । ଉକ୍ତ ବ୍ୟବସାୟୀ ମାନେ ପଡୋଶୀ ରାଜ୍ୟରୁ ମାଲ ଆଣି ଓଡ଼ିଶାରେ ଟିକସ ଫାଙ୍କି ବିକ୍ରୀ କରିଥାନ୍ତି ଓ ରାଜ୍ୟରେ ନିତ୍ୟବ୍ୟବହାର୍ଯ୍ୟ ବସ୍ତ୍ର ଗୁଡିକର ଶୁଳ୍କ କମ୍ ଥିବାରୁ ଓଡ଼ିଶା ସୀମାରେ ଗଡାଉନ୍ କରିଛନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ପ୍ରଥମେ ଏମାନେ ଅନ୍ୟ ରାଜ୍ୟ ର ଗୋଦାମ ରେ ମାଲ ରଖିଥାନ୍ତି ଏବଂ ପରେ ଗଳା ବାଟ ଦେଇ ଓଡିଶାକୁ ମାଲ ନେଇ ଆସିଥାନ୍ତି । ସମସ୍ତ ସାମଗ୍ରୀ ଅନ୍ୟ ରାଜ୍ୟ ରୁ କିଣି ସେଠାରେ ଥିବା ଗୋଦାମ ରେ ରଖିଥାନ୍ତି କିନ୍ତୁ ସେ ରାଜ୍ୟ ରେ ନ ବିକି କୋଟି କୋଟି ଟଙ୍କାର ସାମଗ୍ରୀ ରରୁଆଁ, ସୁକୃଲି, କରଂଜିଆ ଏବଂ କେନ୍ଦୁଝର ଜିଲ୍ଲାରେ ସପ୍ଲାଏ କରିଥାନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ଯେହେତୁ ସାମଗ୍ରୀ ସବୁ ଅନ୍ୟ ରାଜ୍ୟ ରୁ ଓଡିଶାକୁ ଆସୁଛି ତାହାର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି କରୁଛି । ଖବର ଲେଖାହେବ ପର୍ଯ୍ୟନ୍ତ ଚଢାଉ ଜାରି ରହିଛି। ଡେପୁଟି କମିଶନରଙ୍କ ପ୍ରତିକ୍ରିୟା ନେବାରୁ ଏହା ଏକ ବଡଧରଣର ଚଢ଼ାଉ ଓ ଚଢ଼ାଉ ସମାପ୍ତ ହେବା ପରେ ସମସ୍ତ ସୂଚନା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ଏହିଭଳି କାରବାର ବିଭିନ୍ନ ବେପାରୀ ପ୍ରଶାସନ ର ନାକ ତଳେ କରିଆସୁଥିବା ବେଳେ ଆଜିର ଚଢାଉକୁନେଇ ଅନ୍ୟାନ ବ୍ୟବସାୟୀ ଙ୍କ ମଧ୍ୟରେ ଏକ କାକୁଆ ଭୟ ଦେଖିବାକୁ ମିଳିଛି |

Leave A Reply

Your email address will not be published.