କମିଶନରେଟ କଟକ ପକ୍ଷରୁ ଦଶହରା ଏବଂ ଭଷାଣୀ ସଂପର୍କରେ ବୈଠକ

0

ଓଡ଼ିଆ ନ୍ୟୁଜ, କଟକ:  କମିଶନରେଟ ପୋଲିସ କଟକ ପକ୍ଷରୁ ଦଶହରା ପୂଜା ଏବଂ ଭଷାଣୀ ସଂପର୍କରେ ବୈଠକ । କମିଶନରେଟ ପୋଲିସ ତରଫତରୁ କଟକର ଇଣ୍ଡୋର ଷ୍ଟାଡିୟମରେ ଡିସିପି ପ୍ରତିକ ମିଶ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, କଟକ ହେଉଛି ଭାଇଚାରାର ସହର।

କଟକ ସହରକୁ ଦଶହରା ପୂଜା ଏବଂ ଭଷାଣୀ ଦେଖିବା ପାଇଁ ରାଜ୍ୟର, ବିଭିନ୍ନ ସ୍ଥାନରୁ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଆସିଥାନ୍ତି । ଦଶହରା ପୂଜାରେ ଡିୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ଲୋକମାନଙ୍କ ସହିତ ଉତ୍ତମ ବ୍ୟବହାର କରିବାର ପାଇଁ କମିଶନର ପରାମର୍ଶ ଦେଇଥିଲେ । ପୂଜା କୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ସହଯୋଗ ଲୋଡିଥିଲେ ସି.ପି ।

ଏହି ବୈଠକରେ ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର, ଅତିରିକ୍ତ ଡିସିପି ଏସ କେ ସରିଫ ଉଦ୍ଦିନ୍, ଅତିରିକ୍ତ ଟ୍ରାଫିକ ଡିସିପି ଦେବଦତ୍ତ କର ଯୋଗ ଦେଇଥିଲେ. ସମସ୍ତ ଏସିପି ଆଇଆଇସି ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ମା ଙ୍କର ପୂଜା ଠାରୁ ଭସାଣି ପର୍ଯ୍ୟନ୍ତ କି ପରି ଶାନ୍ତି ଶୃଙ୍ଖଳା ର ସହ କାର୍ଯ୍ୟ ସମ୍ପାଦନ ହେବ ସେଥି ଲାଗି ସମସ୍ତ ପୋଲିସ ଅଧିକାରୀ ସହ ଆଲୋଚନା କରିଥିଲେ .

Leave A Reply

Your email address will not be published.