ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭୟଙ୍କର ହେଉଛି ହମାସ- ଇସ୍ରାଏଲ ଯୁଦ୍ଧ । ଉତ୍ତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଆକ୍ରମଣ ପରେ ଆମେରିକା ପ୍ରତିଆକ୍ରମଣ କରିଛି । ସିରିଆ ଉପରେ ଏୟାର ଷ୍ଟ୍ରାଇକ କଲା ଆମେରିକା । ଗୋଟିଏ ପଟେ ଉତର ଗାଜାରେ ଇସ୍ରାଏଲ ସେନା ପ୍ରବେଶ କରିଥିବା ବେଳେ ଅନ୍ୟପଟେ ଏୟାର ଷ୍ଟ୍ରାଇକ କରିଛି ଆମେରିକା ।
ଅକ୍ଟୋବର ୭ ପରଠାରୁ ହମାସର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଓ ହମାସ ପକ୍ଷରୁ ପ୍ରତି ଆକ୍ରମଣ ଜାରି ରହିଛି। ସୂଚନା ଅନୁଯାୟୀ, ଇରାନ୍ ରିଭୋଲ୍ୟୁସନାରୀ ଗାର୍ଡସର ଆଡ୍ଡାକୁ ଲକ୍ଷ୍ୟ କରି ଆମେରିକା ପୂର୍ବ ସିରିୟାର ଦୁଇଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି। ଇରାନର ଏହି ରିଭୋଲ୍ୟୁସନାରୀ ଗାର୍ଡସ ଆମେରିକା ସୈନ୍ୟଙ୍କ ଉପରେ ଲଗାତାର ଆକ୍ରମଣ କରୁଥିବାରୁ ଆମେରିକା ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଥିବା ପେଣ୍ଟାଗନ୍ କହିଛି।ଏହି ରିଭୋଲ୍ୟୁସନାରୀ ଗାର୍ଡସରେ ଇରାନ୍ ସମର୍ଥିତ ଆତଙ୍କବାଦୀ ରହିଛନ୍ତି।
ଅନ୍ୟପକ୍ଷରେ ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ସେଠାକାର ସ୍ୱାସ୍ଥ୍ୟ ବିଭାଗ କହିଛି। ମୃତକଙ୍କ ମଧ୍ୟରେ ପ୍ରାୟ ୩ ହଜାରରୁ ଅଧିକ ପିଲା ଅଛନ୍ତି।ଇତି ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ସୂଚନାଥାଉକି, ଉତ୍ତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିଲା । ପରେ ଆମେରିକା ଏହାର ଜବାବ ଦେବାକୁ ଯାଇ ଆକ୍ରମଣ କରିଛି । ସେପଟେ ଇରାନ ସେନା ସମରାଭ୍ୟାସ ଆରମ୍ଭ କରିଛି