ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ବିଜୟନଗର ନିକଟ ଆଲମଣ୍ଡା-କଂଟକାପଲ୍ଲୀ ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି । ବିଶାଖାପାଟଣା-ପଲାସା ପାସେଞ୍ଜରକୁ ପଛପଟୁ ପିଟିଥିଲା ବିଶାଖାପାଟଣା ରାୟଗଡା ପାସେଞ୍ଜେର ଟ୍ରେନ୍ । ଏଥିରେ ରାୟଗଡା ପାସେଞ୍ଜରର ତିନୋଟି ବଗି ଲାଇନଚୁ୍ୟତ ହୋଇଛି । ବିଶାଖାପାଟଣା ଠାରୁ ୩୪ କ.ମି ଦୂରରେ ଏହି ଟ୍ରେନ ଦୁର୍ଘଟଣା ଘଟିଛି ।

ଏଥିରେ ୧୩ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୫୦ରୁ ଅଧିକ ଆହାତ ହୋଇତିବା ସୂଚନା ରହିଛି । ମୃତକଙ୍କ ମଧ୍ୟରୁ ୧୦ ଜଣଙ୍କର ମୃତଦେହ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ଓଡିଶାର କେହି ନାହାନ୍ତି । ଏହାରି ଭିତରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଜୋରସୋରରେ ଚାଲିଛି ମରାମତି କାମ । ଅପରାହ୍ନ ୪ଟା ସୁଧା ସମସ୍ତ ଟ୍ରାକ କ୍ଲିୟର କରାଯିବା ନେଇ ସୂଚନା । ଏହି ରେଳ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ପ୍ରମୁଖ ରାଜନେତା ମାନେ ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ମୃତାହତଙ୍କ ଲାଗି ପ୍ରଧାନମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାର ପିଛା ୨ ଲକ୍ଷ ଓ ଆହାତଙ୍କ ଚିକିସôା

ଲାଗି ୫୦ ହଜାର ପିଏମଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସେପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ,ଗୁରୁତରଙ୍କୁ ୨ ଲକ୍ଷ ୫୦ ହଜାର ଓ ଆହତଙ୍କୁ ୫୦ ହଜାର ଲେଖାଏଁ ଦେବାକୁ ଘୋଷଣା ହୋଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ୍ ରେଡ୍ଡୀ ପ୍ରେତ୍ୟେକଙ୍କ ପାଇଁ ୧୦ ଲକ୍ଷ ଆହାତଙ୍କ ପାଇଁ ୨ ଲକ୍ଷ ଓ ଅନ୍ୟରାଜ୍ୟର ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଓ ଆହତମାନଙ୍କୁ ୫୦ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।

Leave A Reply

Your email address will not be published.