ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପାର୍କିଙ୍ଗ ନାଁ ରେ ଲୁଟ । ଟୁରିଷ୍ଟ ମାନଙ୍କ ଠାରୁ ଲୁଟୁଛନ୍ତି ଗୁଣ୍ଡା ଶ୍ରେଣୀର ଲୋକମାନେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ । ଗତ ଶନିବାର ଦିନ ଏକ ଯାତ୍ରୀ କୋଣାର୍କ ମନ୍ଦିର ପରିଭ୍ରମଣ କରିବାକୁ ଆସି ପଡିଛନ୍ତି ଲୁଟେରାଙ୍କ ହାତରେ । ଯାତ୍ରୀଙ୍କ ଗାଡ଼ି ପାର୍କିଂ ନେଇ ଲୁଟ କରିଛନ୍ତି ।
ଯାହା ଏବେ ଭିଡିଓ ଭାଇରଲ ହେବାକୁ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଟୁରିଷ୍ଟ ମାନଙ୍କୁ ଗାଡ଼ି ପାର୍କିଂ ନାରେ ଲୁଟୁଛନ୍ତି ଏବଂ ଲୋକ ମାନଙ୍କ ସହିତ ବହୁତ ଅଭଦ୍ର ବ୍ୟବହାର ବି କରୁଛନ୍ତି । ପାର୍କିଙ୍ଗ ପାଇଁ କୌଣସି ଜାଗା ନିର୍ଧାରିତ ହୋଇନଥିବା ବେଳେ, ଜୋର ଜବରଦସ୍ତି ରାସ୍ତା ଉପରେ ପାର୍କିଙ୍ଗ ଆଦାୟ କରିଛନ୍ତି। କୋଣାର୍କ କୁ ଓଡିଶା ଏବଂ ଓଡିଶା ବାହାରୁ ବହୁତ ଟୁରିଷ୍ଟ ଆସୁଛନ୍ତି କିନ୍ତୁ ଏ ମାନଙ୍କ ଏଭଳି ବ୍ୟବହାର ଦ୍ୱାରା ଟୁରିଷ୍ଟ ଙ୍କ ସଂଖ୍ୟା ବି କମିଯିବାର ଲାଗିଲାନି ।
ଏ ମାନଙ୍କ ଟେଣ୍ଡେର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ପାର୍କିଙ୍ଗ ପାଇଁ ଜାଗା ନିର୍ଧାରିତ କରା ଯାଉ ବୋଲି ଦାବି କରିଛନ୍ତି କିଛି ଲୋକ । ଏଭଳି ଘଟଣା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ୟା ଉପରେ ପଦକ୍ଷେପ ନିଆଯାଉ ବୋଲି ଦାବି ହୋଇଛି ।