ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଗଧିଆ କଲା ଚୋରି ମାଧିଆ ହେଲା ବନ୍ଧା ।ଜଗତସିଂହପୁର ଟାଉନଥାନା ସଦର ଖେରସ ଗ୍ରାମର ଜଣେ ଜୈନିକ ମହିଳା ଙ୍କ ଘରପାଖରେ ତିନୋଟି ବାଛୁରୀ ଚରୁଥିଲ । ଚରୁଥିବା ସମୟରେ ସେଥିରେ ନବ ଜନ୍ମିତ ଏକ ମଧ୍ୟ ଥିଲା ।
ତେବେ ଘରଲୋକ ନଥିବା ସମୟର ସୁଜୋଗ ନେଇ ସେହି ଅଞ୍ଚଳର ଜଣେ ବ୍ୟକ୍ତି ରାଜୁସାହୁ ଦେଉଳୀଗ୍ରାମେସ୍ବରର ବାବୁ ନାମକ ଵ୍ୟକ୍ତି କୁ ବିକିଦେଇଥିବା ବେଳେ ସେହି ସମୟରେ ଠାକୁର ପାଟେଣା ଗ୍ରାମର କାଲୁଅ ମନ୍ଥନ ନାମକ ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚିବା ପରେ ବାବୁ କାଲୁଅ ମନ୍ଥନ କୁ ଦେଇ ଘଟଣା ସ୍ଥଳରୁ ପଳାଇଥିଲେ । ପରେ କାଲୁଅ ବାଛୁରୀ ଙ୍କୁ ନେଇ ଘରେ ବାନ୍ଧୀଥିବା ବେଳେ ଦେଉଳୀଗ୍ରାମେସ୍ବର ଗ୍ରାମର ମୁସଲିମ ସାହି ର ବାବୁ ନାମକ ବ୍ୟକ୍ତି ସମସ୍ତ ବାଛୁରୀ କୁ ନେଇ ବାହାରକୁ ଚାଲାଣ କରିଥିଲେ ।ପରେ ଖେରସ ଗ୍ରାମର କୁନିଲତା ମହାରଣା ବାଛୁରୀ ଘରକୁ ନ ଫେରିବା ଦେଖି ବିଭିନ୍ନ ସ୍ଥାନରେ ଖୋଜଖୋଜି ଆରମ୍ଭ କରିଥିଲେ । ତେବେ ବିଶେଷ ସୁତ୍ରରୁ ଖବର ପାଇଁ ଠାକୁର ପାଟେଣା ଗ୍ରାମର କାଲୁଅ ମନ୍ଥନ ନାମକ ବ୍ୟକ୍ତିକୁ କାବୁ କରିବା ପରେ କୁନିଲତା ମହାରଣା ।
ସମସ୍ତ ତଥ୍ୟ ଜାଣିବାକୁ ପାଇବା ପରେ କାଲୁଅ କୁ ଅଟକ ରଖିଥିବା ବେଳେ ରାଜୁ ସାହୁ ଘଟଣା ସ୍ଥଳରୁ ଫେରାର ହୋଇଥିଲା ।ସେହି ସମୟରେ କୁନିଲତା ମହାରଣା ଟାଉଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ଟାଉନଥାନା ପି ସି ଆର ଭ୍ୟାନ ଘଟଣା ସ୍ଥଳରେ ପହଞ୍ଚିବା ପରେ କାଲୁଅ ମନ୍ଥନ କୁଗିର୍ଫକରି ଥାନାରେ ଅଟକ ରଖି ତଦନ୍ତ ଜାରିରହିଥିବା ସୂଚନା ମିଳିଛି ।ଏଥିରୁ ସ୍ପଷ୍ଟ ହେଉଛି ।ଜଗତସିଂହପୁରଜିଲ୍ଲାରେ କିଭଳି ଭାବରେ ମାଫିଆ ମାନେ କିଭଳି ଭାବରେ ମାତିଛନ୍ତି ।ଦିନ ଦୁଇ ପ୍ରହରରେ କିଭଳି ମାଫିଆ ଙ୍କ ରାଜ ଚାଲିଛି ।ଜାହାପାଇ ଆଜିକା ଦିନରେ ଚୋରା ଗୋ ଚାଲାଣ ସାଧାରଣରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଦେଖିବାର ଅଛି ପୋଲିସ ଆଜି ଚୋରା ଗୋ ଚାଲାଣ କାରିକୁ ପ୍ରମାଣ ସହିତ ଗିରଫକରିଥିବା ବେଳେ ତା ଉପରେ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା ।