ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆସୁଛି ମରୁଡି, ଜମି ଫାଟି ଆଁ, ଚାଷୀ ମୁଣ୍ଡ ରେ ପଡ଼ିଛି ଚଡ଼କ । ବର୍ଷା ର ଦେଖନାହିଁ, ଆସୁଛି ମରୁଡି, ଏବେ ଠୁ ଧାନ ବିଲ ଫାଟି ଆଁ କଲାଣି, ଧାର କରଜ କରି ଧାନ ଚାଷ କରି ଥିବା ଚାଷୀ କ୍ଷେତ କୁ ଦେଖି ଏବେ ମୁଣ୍ଡ ରେ ହାତ ଦେଲେଣି ।
ଲିଫ୍ଟ ଇରିଗେସନ ପଏଣ୍ଟ ଅଚଳ, ଖାଲ ପାଟିଆ ଶୁଖିଗଲାଣି । ଯେଉଁ ସମୟ ରେ ଧାନ ଧୋଡ଼ ବାହାରି କେଶର ଉଡାଇବା କଥା ପାଣି ର ଘୋର ଅଭାବ ରୁ ଧାନ ଗଛ ଧୋଡ଼ ବାହାରି ପାରୁନି । ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ରାଜଗଡ଼ ଅଞ୍ଚଳ ର । ଚଳିତ ବର୍ଷ ଅଧିକ ଅମଳ ଯୁକ୍ତ ଶଙ୍କର ଜାତୀୟ ଧାନ କୁ ଚାଷ ମାନେ ଖୁବ ଯତ୍ନ ର ସହିତ ରୁଆ ବେଉସଣ କରିଥିଲେ । ଆଶା ରଖିଥିଲେ ଏବର୍ଷ ଭଲ ଅମଳ ହେବ। କିନ୍ତୁ ଠିକ ଅମଳ ପୂର୍ବ ରୁ ପାଣି ଅଭାବ ରୁ ଚାଷ ଜମି ଫାଟି ଆଁ କଲାଣି । ଧାର କରଜ କରି ଚାଷ କରିଥିବା ଚାଷୀ ଏସବୁ ଦେଖି ହିଡ଼ ମୁଣ୍ଡ ରେ ମୁଣ୍ଡ ରେ ହାତ ଦେଇ ବସିଲେଣି ।
ଯଦି ମରୁଡି ହୁଏ କିପରି ପରିବାର ପ୍ରତିପୋଷଣ କରିବେ ବୋଲି ଚିନ୍ତା ଘାରିଲାଣି ଚାଷୀଙ୍କୁ । ଚାଷୀ ମାନଙ୍କ କ୍ଷେତ କୁ କିପରି ପାଣି ପହଂଚିବ ସେଥିପାଇଁ ସରକାର ଲିଫ୍ଟ ଈରିଗେଶନ ପଏଣ୍ଟ ନିର୍ମାଣ କରିଥିଲେ । ମାତ୍ର ତାହା ଏବେ ଅଚଳ ହୋଇ ଯାଇଛି । ଯଦି ପାଣି ପାଗ ରେ କିଛି ସୁଧାର ନ ଆସେ ତେବେ ମରୁଡି ହୋଇଯିବା ର ଆଶଙ୍କା ଦେଖାଯିବ ।