ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଗଣ୍ଡିବେଡ ପଶୁ ଡାକ୍ତରଖାନାରେ ଝୁଲୁଛି ତାଲା । ଦୀର୍ଘଦିନ ଧରି ପଶୁ ଡାକ୍ତର ଖାନରେ ତାଲା ଝୁଲଥିବା ନେ଼ଇ ଜନସାଧରଣ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି,
ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡଠାରେ ଥିବା ପଶୁ ଡାକ୍ତରଖନରେ । ସ୍ଥାନୀୟ ଲୋକେ ନିଜର ଗୋରୁ ଗାଈମାନଙ୍କର ଦେହ ଅସୁସ୍ଥ ଓ ଅନ୍ୟାନ୍ୟ ସମସ୍ୟା ଏବଂ ନେଇ ପଶୁ ଡାକ୍ତରଖାନାକୁ ଆସନ୍ତି। ପଶୁଡ଼lକ୍ତର ସହ ପରାମର୍ଶ କରି ଔଷଧ ନେବାକୁ କିନ୍ତୁ ସେମାନେ ଡାକ୍ତରଖlନରେ ଡାକ୍ତର ନ ଥାଇ ତାଲା ଝୁଲୁଥିବାର ଦେଖିବାକୁ ପାଆନ୍ତି । ସରକାର ପଶୁ ଓ ପକ୍ଷୀଙ୍କ ପାଇଁ ଔଷଧ ଯୋଗାଇ ଦେଉଥିବା ବେଳେ ସାଧାରଣ ଲୋକମାନେ ସେଥିରୁ ବଞ୍ଚିତ ହେଉଛନ୍ତି।
ସରକାର ପଶୁ ଓ ପକ୍ଷୀ ପାଳନ କରିବା ପାଇଁ ପ୍ରୋସlହନ ଯୋଗାଇ ଦେଉଥିବା ବେଳେ ଗଣ୍ଡିବେଡ୍ ପଶୁ ଡାକ୍ତରଖାନାରେ ଥିବା ଡାକ୍ତର ଡାକ୍ତରଖାନlକୁ ନ ଆସିବା ନେଇ ସ୍ଥାନୀୟ ଲୋକମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।