ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମୟୁରଭଞ୍ଜ ପୋଲିସ ଏବଂ ବନବିଭାଗ କୁ ବଡ ସଫଳତା ପୁଣି ଜବତ ହେଲା ୭୧ ଟି ବନ୍ଧୁକ | ବହୁ ବାଦବିବାଦ ପରେ ଏବେ ଶିମିଳିପାଳର ସୁରକ୍ଷା ପାଇଁ ସରକାର ଚେଇଁ ଉଠିଛନ୍ତି। ଏବେ ଓଡ଼ିଶା ପୋଲିସ ମଧ୍ୟ ଶିମିଳିପାଳର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। କିଛି ଦିନ ହେବ ବିଶୋଇ ଥାନା ଓ ବିଶୋଇ ବନବିଭାଗ, ମଣଦା ବନବିଭାଗ ପକ୍ଷରୁ ଶିମିଳିପାଳର ସୁରକ୍ଷାପାଇଁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି।
ଶିମିଳିପାଳର ରିଜର୍ଭ ଜଙ୍ଗଲ ରେ ବନ୍ୟଜନ୍ତୁଙ୍କ ଶିକାରକୁ ରୋକିବା ଓ ଶିକାରୀଙ୍କୁ ଧରିବା ପାଇଁ କିଛି ଗୁପ୍ତ ପଦକ୍ଷେପ ଆପଣାଇଛି ସରକାର। ଶିମିଳିପାଳର ସୁରକ୍ଷା ପାଇଁ ଏବେ ଉଭୟ ପୋଲିସ ଓ ବନବିଭାଗ ନିୟୋଜିତ ହୋଇଛନ୍ତି। ଶିମିଳିପାଳ ଜଙ୍ଗଲ ଓ ଶିମିଳିପାଳ ପାଦଦେଶରେ ଥିବା ଗ୍ରାମ ମାନଙ୍କରେ ପେଟ୍ରୋଲିଙ୍ଗ କରୁଛନ୍ତି। ଏହି ପାଦଚଲା ପେଟ୍ରୋଲିଙ୍ଗ ବିଶୋଇ, ଯଶିପୁର, କରଞ୍ଜିଆ, ଠାକୁରମୁଣ୍ଡା, ବଡ଼ସାହି, ଉଦଳା, ବାଙ୍ଗିରିପୋଷି ସହିତ ସମସ୍ତ ଶିମିଳିପାଳ ପାର୍ଶ୍ଵବର୍ତ୍ତୀ ସମସ୍ତ ଥାନା ଓ ବନବିଭାଗ ରେ ସର୍ଚ୍ଚ ଅପ୍ରେସନ ଜର୍ଦାର କରାଯାଇଥିବା ବେଳେ ପ୍ରଥମ ପର୍ଯାୟ ରେ ୧୫୬ ଟି ଦେଶି ବନ୍ଧୁକ ଜବତ କରାଯାଇଥିଲା |
ଏବଂ ଦ୍ୱିତୀୟ ପର୍ଯାୟ ରେ ପୋଲିସ ଏବଂ ବନବିଭାଗ ମିଳିତ ଉଦ୍ୟମ ରେ ଶିମିଳିପାଳ ର ବିଭିନ୍ନ ଜାଗାରେ ଚଢ଼ାଉ କରି ଆଜି ୭୧ଟି ବେଆଇନ ବନ୍ଧୁକ ଜବତ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଏସପି |