ଆକାଶଛୁଆଁ ପିଆଜ ଦର୍

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆକାଶଛୁଆଁ ପିଆଜ ଦର୍ । ଆଜିବି ବଜାରରେ ଦରରେ ଲାଗିଛି ନିଆଁ। ଆଜିବି ଵଜାରରେ କିଲୋ ପିଛା ଷାଠିଏ ଟଙ୍କା ଦରରେ ବିକ୍ରି ହେଉଛି ପିଆଜ। ତେବେ ପିଆଜ ଦର୍ ବୃଦ୍ଧିକୁ ନେଇ ପ୍ରଶାସନକୁ ଘେରିଛି କଟକ ନଗର କଂଗ୍ରେସ। ଯୋଗାଣ ଵିଭାଗ କଳାବଜାରୀଙ୍କ ଉପରେ ଅଙ୍କୁଶ ଲଗାଇଵା ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି କଂଗ୍ରେସ।

ସେପଟେ ପ୍ରଶାସନ କହିଛି କଳାବଜାରୀ ଓ ମହଜୁଦକାରୀଙ୍କ ଉପରେ ନଜର ରଖାଯାଇଛି ଓ ଚଢ଼ାଉ ଜାରି ରହିଛି। ଵ୍ୟଵସାୟୀଙ୍କ କହିଵା ଅନୁସାରେ କାର୍ତ୍ତିକ ମାସରେ ସ୍ବାଭାବିକ ଭାବେ ପିଆଜ ଦର ଉଚ୍ଚା ରହିଥାଏ। ଏହା ଏକ ସାଧାରଣ ଘଟଣା। ସେପଟେ ଖାଉଟି କିନ୍ତୁ ମହଙ୍ଗା ମାଡ଼ର ଶୀକାର ହେଉଛନ୍ତି। ଅନ୍ୟ ପଟେ ପିଆଜ ଦର୍ ବୃଦ୍ଧିକୁ ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛି। ଆଜି କଟକ ନଗର ଓ ଜିଲ୍ଲା କଂଗ୍ରେସ କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି।

ସେପଟେ କଣ୍ଟ୍ରୋଲ ଦୋକାନରେ ରିହାତି ଦରରେ ପ୍ରଶାସନ ପିଆଜ ବିକ୍ରି କରିଵା ପାଇଁ କଂଗ୍ରେସ ଦାଵି କରିଛି। ପିଆଜ କଳାବଜାରୀ ଓ ମହଜୁଦକାରୀଙ୍କ ଵାଵଦରେ ପ୍ରଶାସନ ସଜାଗ ଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି। ସେହିପରି କଣ୍ଟ୍ରୋଲ ଦୋକାନରେ ରିହାତି ଦରରେ ପିଆଜ ବିକ୍ରି ସମ୍ପର୍କରେ କଂଗ୍ରେସ ଦାବୀପତ୍ର ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ। ତେବେ ପ୍ରଶାସନ ରିହାତି ଦରରେ ପିଆଜ ନଵିକିଲେ କଟକରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଵୋଲି ଚେତାବନୀ ଦେଇଛି।

Leave A Reply

Your email address will not be published.