ଭାରତୀୟ ମିଠାକୁ ବିଶ୍ୱସ୍ତରୀୟ ମାନ୍ୟତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ମିଠା କାହାକୁ ବା ଭଲ ଲାଗିନଥାଏ । ସମସ୍ତ ଖାଦ୍ୟର ଶେଷ ପରେ ମିଠା ଦିଆ ଯାଇଥାଏ ଖାଇବାକୁ । ଖାସ୍ କରି ଭାରତରେ ମିଠାର ଜାହିଦା ବେଶୀ ରହିଥାଏ । ତେବେ ବିଭିନ୍ନ ପ୍ରକାର ସୁସ୍ୱାଦୁ ମିଠା ଲାଗି ଭାରତ ପ୍ରସିଦ୍ଧି ଅର୍ଜନ କରିଛି । କିଛି ଦିନ ତଳେ, ଦୁଇଟି ଭାରତୀୟ ମିଠା ଫିର୍‌ନି ଓ ଖିରୀ ବିଶ୍ୱର ଶୀର୍ଷ ୧୦ ପୁଡିଙ୍ଗ୍‌ ବିଭାଗରେ ସ୍ଥାନ ପାଇଥିଲା ।

ଲୋକପ୍ରିୟ ଖାଦ୍ୟ ଓ ଭ୍ରମଣ ଗାଇଡ୍‌ ଟେଷ୍ଟ୍‌ ଆଟ୍‌ଲାସ ଏହି ତାଲିକା ଜାରି କରିଥିଲା । ଏବେ ପୁଣି ଆଉ ଦୁଇଟି ଭାରତୀୟ ମିଠାକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିଛି । ନିକଟରେ ଟେଷ୍ଟ୍‌ ଆଟ୍‌ଲାସ ଆଉ ଏକ ତାଲିକା ଜାରି କରିଛି । ଏଥର ବିଶ୍ୱର ୫୦ ସର୍ବଶ୍ରେଷ୍ଠ ମିଠା ବିଭାଗ ପାଇଁ ଏହା ତାଲିକା ଜାରି କରିଛି । ଏଥିରେ ୩୧ତମ ସ୍ଥାନରେ ରହିଛି ଭାରତର ଲୋକପ୍ରିୟ ମିଠା ରସମଲାଇ । ୪୧ତମ ସ୍ଥାନରେ ଅଛି କାଜୁ କତଲି । ଖାଇବାଯୋଗ୍ୟ ଧଳା ଫଏଲ୍‌ରେ ଆବୃତ୍ତ ହୋଇ ବିକ୍ରି ହେଉଥିବା କାଜୁ କତଲିକୁ ବିଳାସପୂର୍ଣ୍ଣତା ଦୃଷ୍ଟିରୁ ଗ୍ରାହକ ପସନ୍ଦ କରିଥାନ୍ତି ।

ବିଶ୍ୱର ଶ୍ରେଷ୍ଠ ୫୦ ମିଠା ତାଲିକାର ଶୀର୍ଷ ସ୍ଥାନରେ ଅଛି ଫ୍ରାନ୍ସର ‘କ୍ରିପ୍‌ସ’ । ୨ୟରେ ଅଛି ବ୍ରାଜିଲର ସ୍ୱତନ୍ତ୍ର ନଡ଼ିଆ ପେଷ୍ଟ୍ରି ‘ବୋମ୍‌ବୋକାଡୋ’ । ୩ୟ ଓ ୪ର୍ଥ ସ୍ଥାନରେ ଅଛି ପେରୁର କ୍ୱେସୋ ହେଲାଡୋ ଓ ଇଟାଲିର ତିରାମିସୁ । ଫ୍ରାନ୍ସର କ୍ରିମ୍‌ ବ୍ରୁଲି ୫ମ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.