ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଲବଙ୍ଗ ଗଛର ଶୁଖିଲା କଢ଼କୁ ସାଧାରଣତଃ ଲବଙ୍ଗ କୁହାଯାଏ । ଲବଙ୍ଗ ମୂଳତଃ ଇଣ୍ଡୋନେସିଆରୁ ଆସିଛି । ଲବଙ୍ଗ ଗୋଟିଏ ଚିରହରିତ୍ ଗଛ ଅଟେ । ଗୋଟା କିମ୍ବା ଗୁଣ୍ଡ ଲବଙ୍ଗ ରାନ୍ଧିବାରେ ବ୍ୟବହାର କରାଯାଏ । ମାଂସର ସୁଗନ୍ଧ ବଢ଼ାଇବାରେ ମଧ୍ୟ ଲବଙ୍ଗ ସାହାଯ୍ୟ କରେ । ଭାରତରେ ଲବଙ୍ଗ ଗୋଟିଏ ପ୍ରମୁଖ ମସଲା ଅଟେ । ତେବେ ଲବଙ୍ଗ ବ୍ୟବହାର ଆୟୁର୍ବେଦରେ ମଧ୍ୟ ଅନେକ ସମସ୍ୟା ଦୂର ପାଇଁ ବ୍ୟବହାର କରାଯାଏ । ଠିକ୍ ସେମିତି ଘରୋଇ ଉପଚାର ମାଧ୍ୟମରେ ତ୍ୱଚା ପାଇଁ ଲବଙ୍ଗ ତେଲର ବ୍ୟବହାର ମଧ୍ୟ, ବେଶ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।
-ତ୍ୱଚାରେ ଥିବା କଳାଦାଗ ଦୂର କରିବାରେ ସାହାଯ୍ୟ କରେ ଲବଙ୍ଗ ତେଲ । ଲବଙ୍ଗ ତେଲରେ ନଡିଆ ତେଲ ବା ବାଦାମ୍ ତେଲ ମିଶାଇ , କଳାଦାଗ ପଡିଥିବା ସ୍ଥାନରେ ଲଗାଇବା ବେଶ ଲାଭଦାୟକ ହୋଇଥାଏ ।
-ବିଭିନ୍ନ ସମୟରେ ବାହାରେ ଧୂଳି ଏବଂ ପ୍ରଦୂଷଣ ଯୋଗୁଁ ଏହାର ପ୍ରଭାବ ତ୍ୱଚା ଉପରେ ପଡିଥାଏ । ତେଣୁ ବାହାରୁ ଘରକୁ ଆସିବା ପରେ, ଏକ ତୁଳାରେ ଅଳ୍ପ ଲବଙ୍ଗ ତେଲ ନେଇ ତ୍ୱଚାକୁ ଭଲଭାବେ ସଫା କରନ୍ତୁ ।
-ମୁହଁରେ ବ୍ରଣ ସମସ୍ୟା ଦେଖା ଦେଉଥିଲେ, ଲବଙ୍ଗ ତେଲ ବ୍ୟବହାର କରିବା ଦ୍ୱାରା, ଏହା ବ୍ରଣ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।
-ମୁହଁରେ କୁଞ୍ଚନ ସମସ୍ୟା ଦେଖା ଦେଉଥିଲେ , ନଡିଆ ତେଲରେ ଅଳ୍ପ ବୁନ୍ଦା ଲବଙ୍ଗ ତେଲ ମିଶାଇ, ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ , ମୁହଁରେ ମାଲିସ କରିବା ଦ୍ୱାରା, ଏହି ସମସ୍ୟା ଧିରେଧିରେ ଦୂର ହୋଇଥାଏ ।