ଧନତେରାସରେ କିଣନ୍ତୁ ଝାଡୁ ବୃଦ୍ଧି ହେବ ଘରେ ସୁଖ ସମୃଦ୍ଧି

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ତା ର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ ଧନତେରାସ । ହିନ୍ଦୁ ମାନ୍ୟତା ଅନୁସାରେ ଧନତେରସ ଦିନ କିଣାକିଣି କରିବାର ଏକ ବିଶେଷ ମହତ୍ତ୍ୱ ରହିଛି। କୁହାଯାଏ, ଏହିଦିନ କିଣାକିଣି କଲେ ଘରେ ସୁଖ, ଶାନ୍ତି, ସୌଭାଗ୍ୟ ଓ ସମୃଦ୍ଧି ଆସିଥାଏ। ଧନତେରସ ଦିନ କିଣାଯାଇଥିବା ସାମଗ୍ରୀ ବର୍ଷସାରା ଶୁଭ ଫଳ ଦେଇଥାଏ। କିନ୍ତୁ ଧନତେରସ ଅନ୍ୟଙ୍କୁ ଦାନ କଲେ ପରିବାରର ସମୃଦ୍ଧି ହୋଇଥାଏ ବୋଲି ଶାସ୍ତ୍ରରେ ଅଛି। ଧନତେରାସ୍ ଦିନ ସୁନା, ରୂପା, ବାସନ ଆଦି ଲୋକେ କିଣିଥାନ୍ତି । ଏହାବାଦ୍ ଝାଡ଼ୁ କିଣିବାର ମଧ୍ୟ ବିଶେଷ ମହତ୍ୱ ରହିଛି ।

– ଏହିଦିନ ସୁନା ରୂପା କିଣିବାର ଯେତିକି ମହତ୍ୱ, ଠିକ୍ ସେମିତି ଝାଡ଼ୁ କିଣିବାର ମଧ୍ୟ ମହତ୍ୱ ରହିଛି । ମତ୍ସ୍ୟପୁରାଣ ଅନୁସାରେ , ଝାଡ଼ୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଧନତେରାସ ଦିନ ଝାଡ଼ୁ କିଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । ଏହା ସହ ଆର୍ଥିକ ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ ।

-ଝାଡ଼ୁ କିଣିବା ପରେ ସେଥିରେ ଧଳାକପଡ଼ା ବାନ୍ଧନ୍ତୁ । ଏହି କପଡ଼ା ବାନ୍ଧିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ସେହିପରି ଝାଡ଼ୁକୁ ଉପରମୁହାଁ ରଖନ୍ତୁ ନାହିଁ । ଏପରି ରଖିବା ଅଶୁଭ ହୋଇଥାଏ । ଅନ୍ୟପଟେ ଝାଡ଼ୁକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ । ଯେଭଳି ଏହା ଯେମିତି କାହା ନଜରରେ ପଡ଼ିବ ନାହିଁ ।

-ତେବେ ପୁରୁଣା ଝାଡ଼ୁକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଂଚାର ହୁଏ । ଏହା ସହ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ । ଏଣୁ ଧନତେରାସ ପୂର୍ବରୁ ଏହାକୁ କିଣି ଠିକ୍ ସ୍ଥାନରେ ରଖିବା ଉଚିତ୍ ।

Leave A Reply

Your email address will not be published.