ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦଇବ ର ବିଚିତ୍ର ଲୀଳା ଯେତେ ବେଳେ ଦାଉ ସାଜିବ ସେତେ ସମସ୍ତେ ସେହି ଥିରେ ପେଶି ହୋଇ ଥାଆନ୍ତି ।ଘର ର ରୋଜଗାରିଆ ପୁଅ ଟି ଯଦି ଅକାଳ ରେ ଚାଲି ଯିବ ସେତେ ବେଳେ ସେ ଘର ପରିବାର ଅବସ୍ଥା କେଙ ଅବସ୍ଥାରେ ଥିବ ତାହା ନକହିବା ଭଲ ।ଯେଉଁଠି ପରିବାର ର ଶୁଦ୍ଧି କ୍ରିୟା କରିବା ପାଇଁ ଅସମର୍ଥ ସେ ପରିସ୍ଥିତି ରେ ପରିବାର ଟି ର କିପରି ଦିନ ବିତୁଥିବ ।ଦେଖିବା କଟକ ଜିଲ୍ଲା ସାଲେପୁର ବ୍ଲକ୍ ରାଇ ସୁଙ୍ଗୁଡ଼ା ପଞ୍ଚାୟତ ଧୁଆଁ ସାହି ରୁ ଏହି ରିପୋର୍ଟ ।
ସାଲେପୁର ବ୍ଲକ୍ ରାଇସୁଙ୍ଗୁଦା ଧୁଆଁ ସାହି ଗ୍ରାମର ଦିନ ମଜୁରିଆ ଦୀପକ ମିଶ୍ର ମାତ୍ର ୪୨ ବର୍ଷ ରେ ବିଦୁତ ଆଘାତରେ ଗତ ସପ୍ତାହରେ ଅକାଳ ରେ ବିୟୋଗ ଘଟିଲା ।ଘରେ ଦୃଷ୍ଟି ହିନ ବୁଦ୍ଧ ବାପା ରୋଗିଣା ମା ଓ ୧୩ ବର୍ଷ ର ଝିଅ କୁ ନେଇ ଏବେ ଅସହାୟ ହୋଇ ପଡ଼ିଚନ୍ତି ସ୍ତ୍ରୀ ମଧୁସ୍ମିତା କାରଣ ସଂପୂର୍ଣ୍ଣ ପରିବାର ବୋଝ ଏବେ ମଧୁସ୍ମିତା ଙ୍କ ଉପରେ ଏମିତି କି ଶୁଦ୍ଧି କ୍ରିୟା ପାଇଁ ଏବେ ପୁରା ଅକ୍ଷମ ହୋଇ ପଡିଛନ୍ତି । ଯେଉଁଠି ଦିନ ମଜୁରି ଲାଗି ଦୀପକ ଘର ଚଳାଉ ଥିଲେ ସେ ସମୟରେ ହଠାତ ମଧୁସ୍ମିତା ଙ୍କ ଉପରେ କଳା ବାଦଲ ଗୋଟି ଆସିଲା ଦୀପକ ମଧୁସ୍ମିତା ଙ୍କୁ ଛାଡି ଆରପାରିକୁ ଚାଲି ଗଲେ ।ଘର ଖଣ୍ଡେକୁ ବ୍ୟତୀତ ଜମି ବାଡ଼ି ବୋଲି କିଛି ନାହିଁ ।
ଝିଅ ସଂଜୀବନୀ ର ମଧ୍ୟ ପାଠ ପଢା ରେ ଡୋରି ବନ୍ଧା ହେବ ଭଳି ସମୟ ।ଯେଉଁଠି ଦୁଇ ଓଳି ଖାଇବା କଷ୍ଟ ସେଥି ଶୁଦ୍ଧି କେମତି କରିବେ ସେହି ଚିନ୍ତା ରେ ଖାଲି ଭଗବାନ ଙ୍କୁ ଡାକି ଦିନ ବିତାଉ ଛନ୍ତି ପରିବାର ଲୋକେ ।ଏଭଳି ପରିସ୍ଥିତି ରେ ସହାୟତା ପାଇ ଆକୁଳ ନିବେଦନ କରିଛନ୍ତି ପରିବାର ।ଏଭଳି ପରିସ୍ଥିିରେ ଏହି ଅସହାୟ ପରିବାର କୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ପାଇଁ ଗ୍ରାମ ବାସି ମାନେ ନିବେଦନ କରିଛନ୍ତି ।