ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ଜାତୀୟ ପ୍ରେସ ଦିବସ | ଆଉ ପ୍ରେସ୍ ଦିବସ ରେ ବିଭିନ୍ନ ରାଜ୍ୟରେ ପ୍ରେସ୍ ଦିବସ ପାଳନ କରାଯାଉଛି | ସେହିଭଳି ଆଜି ବାସୁଦେବପୁରାରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଛି | ଜାତୀୟ ପ୍ରେସ ଦିବସ ପାଳନ।
ଆମ ସାମ୍ବାଦିକ ସଂଘ ପକ୍ଷରୁ ବାସୁଦେବପୁର ରେ ସ୍ଥାନୀୟ ତହସିଲ ଡାକ ବଙ୍ଗଳା ରେ ଜାତୀୟ ପ୍ରେସ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ବିଡିଓ ଓ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ। ସଭାପତି କିଶୋର ମହାପାତ୍ର ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା।
ସମ୍ପାଦକ ରମାକାନ୍ତ ଡାଙ୍ଗୁଆ ସାମ୍ବାଦିକ ମାନଙ୍କ ର ଦୈନଦିନ କାର୍ଯ୍ୟ ଓ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଅବସର ରେ ଆମ ସାମ୍ବାଦିକ ସଂଘ ର ସଦସ୍ୟ ସର୍ବେଶ୍ଵର ଜେନା, ପ୍ରତାପ ପାଢ଼ୀ, ଅମିୟ ମହାନ୍ତି, ରାଜେନ୍ଦ୍ର ମହାନ୍ତି, ସୁଶିଲ କୁମାର, ଆନନ୍ଦ ରାଉତ, ସ୍ଵାଧୀନ ଆଲୋକ ଡା ଙ୍ଗୁଆ, ସ୍ରମିଷ୍ଠା ମିଶ୍ର, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।