ବିଧାନସଭା ଆରମ୍ଭରୁ ଶୋକ ପ୍ରସ୍ତାବ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ବିଧାନସଭା ଆରମ୍ଭ ପରେ ଆଗତ ହୋଇଥିଲା ଶୋକ ପ୍ରସ୍ତାବ। ଏଥିରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି , ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାଶ, ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, ୬୨୦ ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ,ପୂର୍ବତନ କନେଷ୍ଟବଳ, ୨୦୬କୋବ୍ରା ବାଟାଲିୟନ, ବି. ଏସ. ଏଫ ପ୍ରକାଶ ଚନ୍ଦ୍ର ସିଆଲଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଶୋକ ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସମର୍ଥନ ଜଣାଇଥିଲେ। ଏହାସହ ବିଧାନସଭାରେ ବିବୃତି ରଖୁଥିବା ବେଳେ ଉଭୟ କୋଶଳୀ ଭାଷା ଏବଂ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।ପରେ ସିପିଆଇ ନେତା ମଧ୍ୟ ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ।

ଏହା ପରେ ୧ ମିନିଟ ନିରବ ପ୍ରର୍ଥନା କରାଯାଇଥିଲା। ପରେ ଆସନ୍ତାକାଲି ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ଦିନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।  ଗତକାଲି କୋଶଳୀ ଭାଷାରେ କହିବା ଲାଗି ବିଧାନସଭାରେ ସୁଯୋଗ ଦେବାକୁ ସର୍ବଦଳୀୟ ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ପ୍ରସ୍ତାବ ଦେଇଥିଲେ। ବିଧାନସଭାରେ ବିବୃତି ରଖୁଥିବା ବେଳେ ଉଭୟ କୋଶଳୀ ଭାଷା ଏବଂ ଓଡ଼ିଆ ଭାଷା ରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Leave A Reply

Your email address will not be published.