ଶହ ଶହ ଅପରାଧୀଙ୍କୁ ଜେଲ ପଠାଉ ଥିବା ASPଙ୍କୁ ଜେଲରେ ମିଳିଲା ମାତ୍ର ୨ ପିସ୍ ବ୍ରେଡ଼, ରାତିରେ ହେଲା ନାହିଁ ନିଦ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ) ୧୬ ତାରିଖ  ପ୍ରଥମ ରାତିରେ ଜେଲରେ ତ୍ରିନାଥ ମିଶ୍ରଙ୍କୁ ମିଳିଲା ମାତ୍ର ଦୁଇ ପିସ ବ୍ରେଡ଼। ଫଳରେ ସେ ଇନସୁଲିନ ନେଇ ପାରି ନାହାନ୍ତି। ଏଭଳି ଅଭିଯୋଗ ଉଠାଇ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ତ୍ରିନାଥ ମିଶ୍ରଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏକ ପିଟିସନ। ଓଡିଶା ଭିଜିଲାନ୍ସର ବହୁ ଚର୍ଚ୍ଚିତ ଘଟଣା ତ୍ରିନାଥ ମିଶ୍ରଙ୍କ ଗିରଫଦାରୀ ପରେ ଗତକାଲି ସନ୍ଧ୍ୟାରୁ ସେ ଚୌଦ୍ୱାର ଜେଲରେ ଅଛନ୍ତି। ଶହ ଶହ ଅପରାଧୀ ଓ ବିଭିନ୍ନ ଆସାମୀଙ୍କୁ ସେଇ ଜେଲକୁ ପଠାଇ ଥିବା ତ୍ରିନାଥ ମିଶ୍ର ପହଁଚିଛନ୍ତି ସେଇ ଜେଲରେ। ତେବେ ପ୍ରଥମ ଦିନରେ ତ୍ରିନାଥ ମିଶ୍ରଙ୍କୁ ଖାଇବାକୁ ଜେଲ କର୍ତ୍ତୃପକ୍ଷ ଦୁଇ ପିସ ବ୍ରେଡ଼ ଦେଇଥିଲେ।

ଗତ ୧୪ ବର୍ଷ ଧରି ସେ ଡାଇବେଟିସ ରୋଗରେ ପୀଡିତ ଥିବାବେଳେ ନିୟମିତ ଇନସୁଲିନ ନେଉଛନ୍ତି। ସେ ଗତ ଦେଡ଼ ବର୍ଷ ହେବ ଅଵସ୍ଟକ୍ଟିଭ ସ୍ଲିପ ଆପେନିଆ ରୋଗରେ ପୀଡ଼ିତ ଅଛନ୍ତି। ଏଭଳି ରୋଗ ପାଇଁ ସି- ପ୍ୟାକ ମେସିନ ଧରି ନିୟମିତ ଶୋଇବାକୁ ହୋଇଥାଏ। ଏହି ଚିକିତ୍ସା ମଧ୍ୟ ତ୍ରିନାଥ ମିଶ୍ର ନିୟମିତ କରିଥାନ୍ତି। ୧୬ ତାରିଖ ରାତିରେ  ଜେଲ କତ୍ତୃପକ୍ଷ ଏହି ଚିକିତ୍ସା ପାଇଁ ଅନୁମତି ଦେଇ ନଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା ଯୋଗାଇ ଦେବାକୁ ଭିଜିଲାନ୍ସ କୋର୍ଟରେ ଆବେଦନ କରାଯାଇଛି। ଏହା ସହ ତାଙ୍କୁ ଘର ତିଆରି ସ୍ୱତନ୍ତ୍ର ଖାଦ୍ୟ ଯୋଗାଇ ଦେବାକୁ ପ୍ରାର୍ଥନା କରାଯାଇଛି। ତ୍ରିନାଥ ମିଶ୍ରଙ୍କ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି ଆସନ୍ତା କାଲି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହେବ ବୋଲି ଆଇନଜୀବୀ ବିଭୂତି ଭୂଷଣ ଚୋୖଧୁରୀ କହିଛନ୍ତି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଉ କିଛି ସମୟ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି ତାଙ୍କ ଘର ସମେତ ୧୩ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ ।  ଦୀର୍ଘ ୨୨ ଘଣ୍ଟାର ଚଢାଉ ପରେ   ରସୁଲଗଡ଼ ମନୋରମା ଇଷ୍ଟେଟରୁ କୁବେର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ କଟକ ନେଇଥିଲା ଭିଜିଲାନ୍ସ ଟିମ । ୨୨ ଘଣ୍ଟାରେ ୨୨ କୋଟିରୁ ଉର୍ଦ୍ଧ ଟଙ୍କାର ସମ୍ପତି ଆକଳନ କରିଛି ଭିଜିଲାନ୍ସ ଟିମ ।

ରାତି ୩ଟା ସମୟରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଶେଷ କରାଯାଇଥିଲା । ମନୋରମା ଇଷ୍ଟେଟରୁ ଜବତ ହୋଇଥିବା ଟଙ୍କା ,କାଗଜ ପତ୍ରକୁ ନିଜ ହେପାଯତକୁ ନେଇଛି ଭିଜିଲାନ୍ସ । ମନୋରମା ଇଷ୍ଟେଟରେ ଥିବା 3BHK ଫ୍ଲାଟ ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ।  ଡାବୁଗାଁ ପୈତୃକ ବାସ ଭବନ ଦିମହଲା ଘର ବଡ଼ଚଣାରେ ଥିବା ଫାର୍ମ ହାଉସର ମୂଲ୍ୟ ୮୬.୩୨ ଲକ୍ଷ ଟଙ୍କା ରୁ ଅଧିକ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଭିଜିଲାନ୍ସ ଟିମ ।

Leave A Reply

Your email address will not be published.