ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନର ଅଭିଯୋଗ ଆଣିଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନର ଅଭିଯୋଗ ଆଣିଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଖୋର୍ଦ୍ଧା ଜିଲ୍ଲା ସ୍କୁଲ ପଟା ବାଣ୍ଟିଥିବାର ପ୍ରମାଣ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କଲା ବିଜେପି । ନବରଙ୍ଗପୁର ରେ ଶିକ୍ଷକ ମଦ ବାଣ୍ଟୁ ଥିବାର ବି ଅଭିଯୋଗ ଆଣିଛି ବିଜେପି । ସରକାରୀ କଳକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା ଚଳାଇଛି ବିଜେଡ଼ି।

ସେପଟେ ବିଜେଡିର ରାଜନୈତିକ ହିଂସାର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲା ବିଜେପି । ବିଜେଡିର ଅଭିଯୋଗ ସୈତାନର ବେଦ ପାଠ ବୋଲି କହିଲେ ବିଜେପି ନେତା । ୨୨ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ନବୀନ ପଟ୍ଟନାୟକ । ତା ପରେ ବି ଏଭଳି ଘଟଣା ଘଟୁଛି । ପୋଲିସ କଣ କରୁଛି, କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା।

ସେପଟେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଜଗତସିଂହପୁର ଜିଲ୍ଲା ଘଟିଥିବା ବିଶୃଙ୍ଖଳା ନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେଡି । ବିଜେଡିର ଅଭିଯୋଗ ପ୍ରଥମ ପର୍ଯ୍ୟାୟରେ ଶାନ୍ତିରେ ନିର୍ବାଚନ ଚାଲିଥିବା ବେଳେ ବିଜେପି ହିଂସା ଭିଆଇ ବିଶୃଙ୍ଖଳା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ବି ସେମାନେ ଜଗତସିଂହପୁର ଜିଲ୍ଲାରେ ବିଶୃଙ୍ଖଳା ଆଚରଣ କରାଯାଇଛି । ଓଡିଶା କୁ ୟୁପି ଓ ବିହାର ମଡେଲ ରେ ପରିଣତ କରିବାକୁ ଚେଷ୍ଟା କରୁଛି ବିଜେପି । ହରିବା ଭୟରେ ବିଜେପି ହିଂସା ପଥ ଆଦରି ନେଉଛି । ୩୦ ପ୍ରତିଶତ ଭୋଟିଂ ପର୍ଯ୍ୟନ୍ତ ଚୁପ ରହି ପରେ ଏଭଳି ବିଶୃଙ୍ଖଳା କରାଯାଉଛି ବୋଲି ଲେନିନ୍ ମାହନ୍ତି କହିଛନ୍ତି।

Leave A Reply

Your email address will not be published.