୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):  ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସୋମବାରଠାରୁ ଆରମ୍ଭ ହୋଇଯାଇଛି । ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’ ପାଇଁ ପୁରସ୍କୃତ କରାଯାଇଛି । ୪ ଦଶନ୍ଧିର ଚମତ୍କାର କ୍ୟାରିୟର ସହ ମାଧୁରୀ ଦୀକ୍ଷିତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି ।

ଯାହାକି ସାରା ବିଶ୍ବର ଦର୍ଶକଙ୍କୁ ଆକର୍ଷିତ କରିଛି । IFFIର ଫରଫର୍ମାନ୍ସ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଛି । ଏଥିସହ ଅନେକ ବି-ଟାଉନ ତାରକା ରେଡ କାର୍ପେଟରେ ଜଲୱା ଦେଖାଇଛନ୍ତି । ତେବେ ଏହି ସମୟରେ ମାଧୁରୀଙ୍କୁ ଭାରତୀୟ ସିନେମାରେ ତାଙ୍କ ଅବଦାନ ପାଇଁ ବିଶେଷ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାରରେ ସମ୍ମାନିତ ହେବା ପରେ ମାଧୁରୀ କହିଛନ୍ତି, ”ଏହିପରି ସମ୍ମାନ ଏବଂ ପୁରସ୍କାର କଳାକାରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ଉନ୍ନତ କରିବାକୁ ପ୍ରେରଣା ଯୋଗାଇଥାଏ ।

”କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରମୋଦ ସାୱନ୍ତ ଆଜି ଗୋଆର ପାନାଜୀଠାରେ ଆୟୋଜିତ ୫୪ତମ ଆଇଏଫ୍ଏଫ୍ଆଇର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଘୋଷଣା କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ମାଧୁରୀ ଦୀକ୍ଷିତ ଅସାଧାରଣ ଦକ୍ଷତା ବଳରେ ଚାରି ଦଶନ୍ଧି ଧରି ଅତୁଳନୀୟ ପ୍ରତିଭା ସହିତ ଆମ ପରଦାର ଶୋଭା ବଢାଇ‌ ଆସିଛନ୍ତି ।”

Leave A Reply

Your email address will not be published.