ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳନ୍ତା ଟ୍ରେନକୁ ଅଟକାଇ ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଆଜି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଷ୍ଟେସନରେ | ଏଠାରେ ପଲାସା-କଟକ ପାସେଞ୍ଜର ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି ଦାବିରେ ଲୋକେ ରେଳରୋକ କରିଥିଲେ। ଅଧଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ତାପଙ୍ଗ ଷ୍ଟେସନରେ ପଲାସା-କଟକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା।
ଏହା ସହ ଟ୍ରେନ ଆଗରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଯାତ୍ରୀ। ପଲାସା-କଟକ ପାସେଞ୍ଜର ଟ୍ରେନରେ ବଗି ସଂଖ୍ୟା ଯଥେଷ୍ଟ ନ ଥିବାରୁ ତାପଙ୍ଗ ଅଞ୍ଚଳର ଲୋକେ ଭୁବନେଶ୍ୱରକୁ ଯିବା ଲାଗି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି। ଲୋକେ ବିଭିନ୍ନ କାମରେ ଭୁବନେଶ୍ୱରକୁ ଯାଇଥାନ୍ତି ଏହି ଅଞ୍ଚଳର ଲୋକ। ଏଥିପାଇଁ ସେମାନେ ପଲାସା-କଟକ ପାସେଞ୍ଜର ଟ୍ରେନ୍ ଉପରେ ନିର୍ଭର କରିଥାନ୍ତି। ହେଲେ ଟ୍ରେନରେ ବଗି ସଂଖ୍ୟା କମ୍ ଥିବାରୁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଧିକ ବଗି ପାଇଁ ବାରମ୍ବାର ଦାବି କରିବା ପରେ ବି କୌଣସି ସୁଫଳ ନ ମିଳିବାରୁ ଆଜି ଟ୍ରେନକୁ ଅଟକାଇଥିଲେ ଲୋକେ। ପରେ ସପ୍ତାହକ ଭିତରେ ପଲାସା-କଟକ ପାସେଞ୍ଜର ଟ୍ରେନରେ ବଗି ସଂଖ୍ୟା ବୃଦ୍ଧି କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା।