ଭାରତଠୁ ମ୍ୟାଚ ଛଡାଇନେଲେ ମ୍ୟାକ୍ସୱେଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଅଷ୍ଟ୍ରେଲିଆର ରୋମାଞ୍ଚକର ବିଜୟ । ଗ୍ଲେନ ମ୍ୟାକ୍ସୱେଲଙ୍କ ବିଧ୍ୱଂସୀ ଶତକ ଯୋଗୁ ଏହା ସମ୍ଭବ ହେଲା । ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଭାରତ ତୃତୀୟ ମ୍ୟାଚରେ ବି ୨୦୦ ରନରୁ ଅଧିକ ସ୍କୋର କରିଥିଲା । ଏହା ଲଗାତର ତୃତୀୟ ଥର ୨୦୦ ରୁ ଉଦ୍ଧ୍ୱର୍ ଏବଂ ଦ୍ୱିତୀୟ ଥର ୨୨୦ରୁ ଉଦ୍ଧ୍ୱର୍ ସ୍କୋର । ହେଲେ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ରେ ଭାରତକୁ ୫ ଓି୍ୱକେଟରେ ହରାଇଛି । ତାହା ପୁଣି ଶେଷ ବଲରେ ବଲରେ ଚୌକା ମାରି ମ୍ୟାକ୍ସୱେଲ ଅଷ୍ଟ୍ରେଲିଆକୁ ବିଜୟଟିକା ଲଗାଇଥିଲେ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶେଷ ଓଭରର ଅଷ୍ଟ୍ରେଲିଆ ୨୩ ରନ କରିଥିଲା । ଆଉ ଶେଷ ୪ଟି ବଲରେ ମ୍ୟାକ୍ସୱେଲଙ୍କ ସ୍କୋର ଥିଲା ଛକା ସହ ହ୍ୟାଟ୍ରିକ୍ ଚୌକା । ଫଳରେ ଭାରତୀୟ ଓପନର ରୁତୁରାଜ ଗାଏକୱାଡ୍ଙ୍କ ଆକ୍ରମଣାତ୍ମକ ଶତକ ବେକାର ହୋଇଥିଲା । ଏବେ ୩ଟି ମ୍ୟାଚ ପରେ ଭାରତ ସିରିଜରେ ୨-୧ ରେ ଆଗୁଆ ରହିଛି । ସିରିଜର ଚତୁର୍ଥ ମ୍ୟାଚ୍ ଆସନ୍ତା ଡିସେମ୍ବରରେ ରାୟପୁରଠାରେ ଖେଳାଯିବ ।
ମଙ୍ଗଳବାର ଗୈାହାଟିର ବର୍ସାଗାରା ଷ୍ଟାଡିୟମଠାରେ ଖେଳାଯାଇଥିଲା ତୃତୀୟ ଟି – ୨୦ ମ୍ୟାଚ୍ ମ୍ୟାଚରେ ଟସ୍ ଜିତି ଫିଲ୍ଡି ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ । ଭାରତର ଆରମ୍ଭ ଭଲ ହୋଇନଥିଲା । ତୃତୀୟ ଓଭରରେ ୨୪ ରନରେ ୨ଟି ଓି୍ୱକେଟ ପଡିଯାିଥିଲା । କିନ୍ତୁ ଗୋଟିଏ ପଟେ ଶେଷ ପର୍ଯ୍ୟନ୍ତ ଛିଡା ହୋଇଥିଲେ ଓପନର ଗାଏକୱାଡ୍ ତାଙ୍କର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ଓି୍ୱକେଟ ୫୭ ରନ ଏବଂ ତିଲକ ବର୍ମାଙ୍କ ସହ ଚତୁର୍ଥ ଓି୍ୱକେଟରେ ୧୪୧ ରନର ଭାଗିଦୀରୀ ହୋଇଥିଲା । ଗାଏକୱାଡ୍ ୫୭ଟି ବଲରୁ ୧୩ଟି ଚୌକା ଓ ୭ଟି ଛକା ସହ ଅପରାଜିତ ୧୨୩ ରନ କରିଥିଲେ । ସୂର୍ଯ୍ୟ ୨୯ଟି ବଲରୁ ୩୯ ରନ ଏବଂ ତିଲକ ୨୪ଟି ବଲରୁ ଅପରାଜିତ ୩୧ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ କେନ୍ ରିଗର୍ଡସନ, ବେହରେନଡୋର୍ଫ ଓ ହାର୍ଡା ଗୋଟିଏ ଲେଖାଏଁ ଓି୍ୱକେଟ ନେଇଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓି୍ୱକେଟ ହରାଇ ୨୨୨ ରନ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଦମଦାର ଆରମ୍ଭ କରି ୫୧ ଓଭରରେ ୪୭ ରନ ଓ ୬ ଓଭରରେ ୬୬ ରନ କରିଥିଲା ।

କିନ୍ତୁ ଦୁଇ ଓପନର ଟ୍ରାଭିସ ହେଡେ ଓ ଆରୋନ ହାର୍ଡିଙ୍କ ଓି୍ୱକେଟ ହରାଇଥିଲେ । ହେଡ୍ ୧୮ ବଲରୁ ୩୫ ଓ ହାର୍ଡି ୧୨ ବଲରୁ ୧୬ ରନ କରି ଆଉଟ ହୋଇଥିଲେ । ଏହାପରେ ଆଉ ୩ଟି ଓି୍ୱକେଟ ମଧ୍ୟ ପଡିଥିଲା । ହେଲେ ଗ୍ଲେନ ମ୍ୟାକ୍ସୱେଲଙ୍କ ଗୋଟିଏ ପଟୁ ଅପରାଜିତ ଧୂଆଁଧାର ଶତକ ଲଗାଇଥିବା ବେଳେ ଅନ୍ୟପଟେ ଅପରାଜିତ ରହିଥିଲେ ଅଧିନାୟକ ମାଥ୍ୟୁ ୱେଡ୍ । ଆଉ ଶେଷ ବଲରେ ୫ଟି ଓି୍ୱକେଟରେ ୨୨୫ ରନ କରିବାକୁ ମ୍ୟାଚ ଜିତି ରୋମାଞ୍ଚକର ବିଜୟ ହାସଲ କରିଥିଲେ । ଅଷ୍ଟ୍ରେଲିଆ ମ୍ୟାକ୍ସୱେଲ ୪୮ଟି ବଲରୁ ୮ଟି ଲେଖାଏଁ ଚୌକା ଓ ଛକା ସହ ୧୦୪ ରନ ଏବଂ ୱେଡ୍ ୧୬ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହ ୨୮ ରନ କରିଥିଲେ । ମ୍ୟାକ୍ସୱେଲ ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଥିଲେ । ଭାରତ ପକ୍ଷରୁ ରବି ବିଷ୍ନୋଇ ୨ଟି , ଅର୍ଶଦୀପ ସିଂ, ଅଭେଶ ଖାନ୍ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓି୍ୱକେଟ ନେଇଥିିଲେ ।

Leave A Reply

Your email address will not be published.