ଏକାସାଙ୍ଗରେ ବିସ୍ଫୋରଣରେ ଉଡାଇଦେବାକୁ ଧମକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବୋମା ବିସ୍ଫୋରଣ ନେଇ ଇ-ମେଲରେ ଧମକ ପରେ ବର୍ତ୍ତମାନ ୧୩ଟି ସ୍କୁଲକୁ ଖାଲି କରିଦିଆଯାଇଛି। ପୋଲିସ ପକ୍ଷରୁ ତନାଘନା କରାଯାଉଛି। ବିଭିନ୍ନ ସ୍କୁଲ ପରିସରରେ ବୋମା ଖଞ୍ଜାଯାଇଛି ବୋଲି ଇ-ମେଲ ଧମକ ଆସିବା ପରେ ସ୍କୁଲଗୁଡିକରେ ସତର୍କ ବ୍ୟବସ୍ଥା ଜାରି କରାଯାଇଛି। ସ୍କୁଲ ପରିସରରେ ଥିବା ସନ୍ଦିଗ୍ଧ ପଦାର୍ଥ ଗୁଡିକର ଯାଞ୍ଚ କରାଯାଉଥିବା ବେଳେ ଇମେଲ ସମ୍ପର୍କରେ ଛାନବିନ କରାଯାଇଛି। ବିଭିନ୍ନ ସ୍କୁଲରେ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ କରିଛି।

ବୋମା ଧମକକୁ ନେଇ ଏକ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କ ଉଦ୍ଦେଶ୍ୟରେ ଆଡଭାଇଜରୀ ଜାରି କରାଯାଇଛି। ବେଙ୍ଗାଲୁରୁର ପ୍ରାୟ 44 ଟି ବିଦ୍ୟାଳୟ ଶୁକ୍ରବାର ଦିନ ଅଜ୍ଞାତ ଇମେଲ ମାଧ୍ୟମରେ ବୋମା ଧମକ ଦେଇ ଛାତ୍ର, ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ପ୍ରଥମ ଧମକ ଲହରୀ ବାସାଭେଶ୍ୱର ନାଗରର ନାପେଲ ଏବଂ ବିଦ୍ୟାଶିଲ୍ପା ସମେତ ସାତୋଟି ବିଦ୍ୟାଳୟକୁ ଟାର୍ଗେଟ କରିଥିଲା। ଧମକ ଦିଆଯାଇଥିବା ବିଦ୍ୟାଳୟ ମଧ୍ୟରୁ ଗୋଟିଏ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବାସଭବନ ସମ୍ମୁଖରେ ଅବସ୍ଥିତ।

ଆଜି ସକାଳ ସମୟରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁୁରୁର 15ଟି ସ୍କୁଲ ମ୍ୟାନେଜମେଣ୍ଟ ଇମେଲକୁ ଧମକପୂର୍ଣ୍ଣ ମେସେଜ ଆସିଥିଲା । ମେସେଜରେ ଉଲ୍ଳେଖଥିଲା ଯେ, ସ୍କୁଲ ପରିସରରେ ବୋମା ଖଞ୍ଜାଯାଇଛି । ଖୁବଶୀଘ୍ର ବ୍ଲାଷ୍ଟରେ ସ୍କୁଲ ଉଡାଇ ଦିଆଯିବ । ତେବେ ଏହି ବିଦ୍ୟାଳୟଗୁଡିକ ମଧ୍ୟରେ ନ୍ୟାସନାଲ, ବିଦ୍ୟାଶିଳ୍ପ, ଏନପିଏସ ଓ ଏବନାଇଜେର ସ୍କୁଲ ସାମିଲ ରହିଛି । ଆଜି ସକାଳ କ୍ଲାସ ଆରମ୍ଭ ହେବା ପରେ ଏକ ଅଜ୍ଞାତ ଆଇଡିରୁ ସ୍କୁଲର ଇ-ମେଲକୁ ଏହି ମେସେଜ ଆସିଥିଲା । ମେସେଜ ଦେଖିବା ପରେ ତୁରନ୍ତ ସ୍କୁଲଗୁଡିକୁ ବନ୍ଦ କରାଯିବା ସହ ପିଲାମାନଙ୍କୁ ନିଜ ଘରକୁ ପଠାଯାଇଥିଲା ।

Leave A Reply

Your email address will not be published.