ଭାରତ ଆରମ୍ଭ କରିବ ଗ୍ରୀନ କ୍ରେଡିଟ ଇନିସିଏଟିଭ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ବହୁ ପ୍ରତୀକ୍ଷିତ କୋପ ବା (କନଫେରେନ୍ସ ଅଫ ପାର୍ଟିସ) ର ୨୮ତମ ସମ୍ମୀଳନୀ ଚଳିତ ବର୍ଷ ଦୁବାଇରେ ଆରମ୍ଭ ହୋଇଛି । ଏହି ସମ୍ମୀଳନିରେ ପରିବେଶ ସୁରକ୍ଷାପାଇଁ ପ୍ରମୁଖ ଦେଶ ମାନଙ୍କୁ ନେଇ ଜରୁରୀ ଆଲୋଚନା କରିବା ସହ ସଚେତନତା ମୂଳକ ପଦକ୍ଷେପ ଓ ଅନେକ ପର୍ଯ୍ୟାବରଣ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରାଯାଇଥାଏ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ COP28 ରେ ଭାରତ ଏବଂ ୟୁଏଇ ମିଳିତ ଭାବେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ସହଯୋଗୀ ପ୍ରୟାସ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରବର୍ତ୍ତିତ ସବୁଜ କ୍ରେଡିଟ୍ କାର୍ଯ୍ୟକ୍ରମର ନୀତି ସହିତ ସମାନ ଅଟେ | କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ଵାରା 13 ଅକ୍ଟୋବର 2023 ରେ ଉନ୍ମୋଚିତ ହୋଇଛି, ସବୁଜ କ୍ରେଡିଟ କାର୍ଯ୍ୟକ୍ରମ ହେଉଛି ପରିବେଶ କିମ୍ବା ଜୀବନ ଆନ୍ଦୋଳନ ପାଇଁ ସରକାରଙ୍କ ବ୍ୟାପକ ଜୀବନଶୈଳୀ ମଧ୍ୟରେ ଏକ ପଦକ୍ଷେପ। ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ, ସବୁଜ କ୍ରେଡିଟ୍ ପ୍ରୋଗ୍ରାମ୍ ଦୁଇଟି ଜରୁରୀ କାର୍ଯ୍ୟକଳାପକୁ ପ୍ରାଧାନ୍ୟ ଦେଇଥାଏ: ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣ | ଏହାର ମୂଳତ ,, ଏହି ଅଭିନବ କାର୍ଯ୍ୟକ୍ରମ ଏକ ଅଗ୍ରଗାମୀ ବଜାର-ଆଧାରିତ ଉପକରଣ ଭାବରେ କାର୍ଯ୍ୟ କରିଥାଏ, ବିଭିନ୍ନ କ୍ଷେତ୍ର ମଧ୍ୟରେ ସ୍ଵେଚ୍ଛାକୃତ ପରିବେଶ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ବ୍ୟକ୍ତିବିଶେଷ, ଶିଳ୍ପ ଏବଂ ସ୍ଥାନୀୟ ସଂସ୍ଥା ସହିତ ଜଡିତ |

ଭାରତ ଏଥିରେ ଯୋଗ ଦେବା ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଓ ଲିଡଆଇଟି ୨.୦ ନାମରେ ଦୁଇଟି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ସହ ଭାରତ ଓ ୟୁଏଇର ସହଭାଗିତାରେ ଏହି ଯୋଜନା ଗୁଡିକର ପରଚାଳନା ପାଇଁ କିଛି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୟୁଏଇ ସହ ଗ୍ରୀନ କ୍ରେଡିଟ ଇନିସିଏଟିଭ ଆରମ୍ଭ ହେବାକୁ ଯାଉଥିବା ବେଳେ ସ୍ୱିଡେନ ସହ ଲିଡଆଇଟି ୨.୦ ଯୋଜନାର ଶୁଭାରମ୍ଭ ହେବ । ଚଳିତ ବର୍ଷ ଅକ୍ଟୋବର ମାସରେ ପରିବେଶ ମନ୍ତ୍ରାଳୟ ତରଫରୁ ଏହା ବିଷୟରେ ସୂଚନା ଦିଆ ଯାଇଥିଲା । ଗ୍ରୀନ କ୍ରେଡିଟ ଇନିସିଏଟିଭ ପରିବେଶ ବିଭାଗ ଜାରି କରିଥିବା ଗ୍ରୀନ କ୍ରେଡିଟ ପ୍ରୋଗ୍ରାମର ଅଂଶ ବିଶେଷ । ଏହି ଇିନିସିଏଟିଭ ମାଧ୍ୟମରେ ପ୍ରମୁଖ ଭାବେ ନଦୀପଠା ଅଂଚଳ ଓ ଅଣଉର୍ବର ଜମିରେ ବୃକ୍ଷରୋପଣ କରି ସେହି ଜମି ଗୁଡିକୁ କିପରି ପୁଣି ବ୍ୟବହାର ଉପଯୋଗୀ କରିବା ଏ ନେଇ ଧ୍ୟାନ ଦିଆଯିବ ।

ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ଗତ ଅକ୍ଟୋବର ମାସ ୧୩ ତାରିଖ ଏ ନେଇ ଜଣାଇଥିଲେ । ଏହା ଏକ ମାର୍କେଟ ଭିତିକ ଯୋଜନା ଯେଉଁଥିରେ ବିଭିନ୍ନ ବେସରକାରୀ ସଂସ୍ଥା, ଅନୁଷ୍ଠାନ ଓ ବେସରକାରୀ ଅଂଶୀଦାର ମାନଙ୍କୁ ପରିବେଶ ସୁରକ୍ଷାକାରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାରୀ ସହାୟତା ମିଳିବ । ଇଣ୍ଡିଆନ କାଉଁସିଲ ଅଫ ଫରେଷ୍ଟ ରିସର୍ଚ ଏଣ୍ଡ ଏଜୁକେସନ ଓ ମନ୍ତ୍ରୀ ମାନଙ୍କର ଏକ ଷ୍ଟିଅରିଂ କମିଟି ଏହି ଇନିସିଏଟିଭର କାର୍ଯ୍ୟକାରିତା ଓ ପରିଚାଳନା ଆଦିର ତଦାରଖ କରିବ ।

Leave A Reply

Your email address will not be published.