ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତିନିବଖରା ଘର ନିଆଁରେ ପୋଡି ପାଉଁଶ | ନିଆଁ ଲିଭେଇବାକୁ ଯାଇ ୩କଲେଜ ଛାତ୍ରୀ ଗୁରୁତ୍ୱର !ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତି | ଗୁରୁତ୍ୱର ଛାତ୍ରୀମାନେ ହେଲେ ଖୁଲୁଡ଼ା ଶୀତଳା ଠାକୁରାଣୀ କଲେଜର +୨ ବର୍ଷର ଛାତ୍ରୀ |
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଖୁଲୁଡ଼ା ଗ୍ରାମର କେଦାର ସାହୁ, ଅଜୟ ସାହୁ, ସଞ୍ଜୟ ସାହୁ ତିନି ପରିବାର ସମସ୍ତ ସଦସ୍ୟ ଆଜି ଧାନ କଟା ପାଇଁ ବିଲକୁ ଯାଇଥିଲା ବେଳେ ପାଖାପାଖି ଦିନ ୧୨ଟା ସମୟରେ କୌଣସି କାରଣରୁ ହଠାତ ଘରେ ନିଆଁ ଲାଗିଯାଇ ଥିଲା | ନିଆଁରେ ତିନି ପରିବାରର ତିନି ବଖରା ମାଟି ଚାଳଛପର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି | ନିଆଁରେ ଘରେ ଥିବା ୩ଟି ଗ୍ୟାସ ଟାଙ୍କି ଫାଟି ଯାଇଥିଲା | ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଶୀତଳା ଠାକୁରାଣୀ +୨ କଲେଜର ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ନିଆଁ ଲିଭେଇବାକୁ ଲାଗି ପଡ଼ିଥିଲେ | ନିଆଁ ଲିଭାଇବା ସମୟରେ ୩ଜଣ କଲେଜ ଛାତ୍ରୀ ଗୁରୁତ୍ୱର ହୋଇ ଥିଲା ବେଳେ ୫ରୁ ଅଧିକ ଛାତ୍ରୀ ସାମାନ୍ୟ ଆହତ ହୋଇ ପଡ଼ିଥିଲେ |
ସ୍ଥାନୀୟ ଲୋକ ମାନେ ସେମାନଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ କୁ ଆଣିଥିଲା ବେଳେ ସେଠାରେ ସେମାନଙ୍କର ଚିକିତ୍ସିତ ହେଉଛନ୍ତି | ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଂଚି ନିଆଁଙ୍କୁ ଆୟତ୍ତ କରି ନିଆଁ ଲାଗିବାର କାରଣ ଜାଣିବା ପାଇଁ ତଦନ୍ତ ଜାରୀ ରଖିଛି | ନିଆଁରେ ୩ ପରିବାର ନାଗଦ ୧ ଲକ୍ଷରୁ ଅଧିକ ଟଙ୍କା ସହିତ ୨୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି