କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାଗଚୀ, ୨୦୨୩ ରଥଯାତ୍ରା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି
ଓଡିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ୩୪୦ କୋଟି ଟଙ୍କା ନିଜସ୍ୱ ପାଣ୍ଠିରୁ ଦାନ କରିବା ପାଇଁ ଘୋଷଣା କରିଛନ୍ତି ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚି । ପ୍ରଧାନ। ଓଡ଼ିଶାର ଏହି ସୁନାମଧନ୍ୟ ଦମ୍ପତି ଓଡ଼ିଶାର ଅନନ୍ୟ ସେବା ପରମ୍ପରାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି। ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଥିବା ସୁପର ସ୍ପେଶାଲିଟି କ୍ୟାନ୍ସର ହସ୍ପିଟାଲର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତକାର କରିଛନ୍ତି ସୁବ୍ରତ ବାଗଚିଙ୍କ ସହ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ଫଉଣ୍ଡର ଡ଼ ଶ୍ରୀନାଥ ।
୭୫୦ ବେଡ଼ ବିଶିଷ୍ଟ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲାର କାମ କୋଭିଡ ସତ୍ତ୍ୱେ ଚାଲିଛି। ଲୋକଙ୍କୁ ତାଲିମ ଦିଆଯାଉଛି। ୨୦୨୩ ରଥଯାତ୍ରା ସମୟରେ କ୍ୟାନ୍ସର ହସ୍ପିଟାଲରେ ରୋଗୀ ଦେଖିବା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାନ୍ସରର ସମସ୍ତ ଅତ୍ୟାଧୁନିକ ଯନ୍ତ୍ରପାତି ଉକ୍ତ ହସ୍ପିଟାଲ ରେ ଉପଲବ୍ଧ ହେବ। କ୍ୟାନ୍ସର ହସ୍ପିଟାଲ ସମେତ ପାଳିଟିଭ କେୟାର ୟୁନିଟ ମଧ୍ୟ ନିର୍ମାଣ କରାଯାଉଛି। ଶେଷ ଜୀବନ ରେ କର୍କଟ ରୋଗରେ ପୀଡିତ ରୋଗୀଙ୍କୁ ଏହି କେୟାର ୟୁନିଟରେ ଚିକିତ୍ସା ପ୍ରଦାନ କରାଯିବ।
୧୦୦ ଶଯ୍ୟା ବିଶିଷ୍ଟ ଏହି ପାଳିଟିଭ କେୟାର ୟୁନିଟ ନିର୍ମାଣ କରାଯାଉଛି। କରୁଣାଶ୍ରୟ ସଂସ୍ଥା ପକ୍ଷରୁ ଏହି ୟୁନିଟ ର କାମ ଆରମ୍ଭ ହୋଇଛି। ଏହା ପୂର୍ବରୁ ଭୁବନେଶ୍ୱର ଏବଂ କଟକ ରେ ଘରକୁ ଘର ବୁଲି କର୍କଟ ର ଶେଷ ସମୟରେ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପ୍ରଦାନ କରାଯାଉଥିବା କହିଛନ୍ତି ସୁବ୍ରତ ବାଗଚି। ସେହିପରି ରାଜ୍ୟରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲର ଆବଶ୍ୟକତା ରହିଛି। ଏହାର ନିର୍ମାଣ ଆରମ୍ଭ ହୋଇଛି। ଖୁବଶୀଘ୍ର ହସ୍ପିଟାଲର କାମ ଶେଷ ହେବ। ବିଶ୍ୱର ବୃହତ ହସ୍ପିଟାଲ ରେ ମିଳୁଥିବା ସମସ୍ତ ସୁବିଧା ଏହି ହସ୍ପିଟାଲରେ ଉପଲବ୍ଧ ହେବ। ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ଆମର ଲକ୍ଷ୍ୟ ଥିବା କହିଛନ୍ତି ଡ଼ ଶ୍ରୀନାଥ ।