କ’ଣ ରହିଛି ଚକଲେଟର ଉପକାରିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଚକଲେଟ ଖାଇବା ପାଇଁ କିଏ ବା ଭଲ ନପାଏ | ଚକଲେଟ ପ୍ରତି ମଣିଷର ଏକ ଅହେତୁକ ଦୁର୍ବଳତା ରହିଛି | ତେବେ ଚକଲେଟର ବହୁତ ଭଲ ଗୁଣ ରହିଛି | କିନ୍ତୁ ଆମେ ଜାଣିରଖିବା ଉଚିତ ଯେ, ଯେକୌଣସି ଜିନିଷ ଦରକାରଠୁ ଅଧିକ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ |
୧. ଚକଲେଟ ଖାଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ | ଫଳରେ ହୃଦଘାତର ସମସ୍ୟା ଦେଖାଦେଇନଥାଏ ଜ୍ଝ ଚକଲେଟ ଖାଇବା ଦ୍ୱାରା ଶିରା ପ୍ରଶିରା ସୁସ୍ଥ ରହେ |
୨.ଚକଲେଟ ଖାଇବା ଦ୍ୱାରା କ୍ୟାନସର ଏବଂ ଆଲଜିମର ଭଳି ରୋଗରୁ ମୁକ୍ତି ମିଳିଥାଏ |ଚକଲେଟରେ ପେଣ୍ଟମେରିକ ପ୍ରୋସିନିଡିନ ନାମକ ଏକ ଯୌଗିକ ପଦାର୍ଥ ରହିଛି ଯାହା ଶରୀରରେ କ୍ୟାନସରର ମାତ୍ରାକୁ ନିୟନ୍ତ୍ରଣ କରିଥାଏ |
୩. ଚକଲେଟ ତ୍ୱଚା ପାଇଁ ଭଲ ନୁହଁ କିନ୍ତୁ ସୂର୍ୟ୍ୟର କ୍ଷତିକାରକ ରଶ୍ମି ପାଇଁ ଏହା ଲାଭଦାୟକ |କୋକୋରେ ଥିବା ସଲିଡ଼ ଏବଂ ଫ୍ଲାବନଏଡ ଚର୍ମ କ୍ୟାନସରରୁ ସୁରକ୍ଷା ଦେଇଥାଏ |
୪. ଗବେଷଣାରୁ ଜଣାପଡିଛି ଯେ, ଡାର୍କ ଚକଲେଟରେ ପଲିଫେନଲ ରହିଥାଏ ଯାହାକି ଶରୀରରେ ନାଏରିକ ଅକ୍ସାଇଡ ନାମକ ଜୈବିକ ଉପାଦାନ ଉତ୍ପାଦନ କରିଥାଏ | ଯାହା ଫଳରେ ଶରୀରରେ ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ |
୫. ଚକଲେଟରୁ ଆମକୁ ଶକ୍ତି ମିଳିଥାଏ | ଯେଉଁମାନେ ଜିମରେ ଅଧିକ ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ଜିମ ପୂର୍ବରୁ ଚୋକଲେଟ ଖାଇବା ବହୁତ ଲାଭଦାୟକ | ଚକଲେଟ ଶରୀରକୁ ସଠିକ ପରିମାଣର ଶକ୍ତି ଏବଂ ତାକତ ଯୋଗେଇଥାଏ
୬.ଡାର୍କ ଚକଲେଟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢିଥାଏ | ଯଦି ଆପଣ ଚଷମା ପିନ୍ଧୁଥିବେ ତେବେ ଡାର୍କ ଚକଲେଟ କିମ୍ବା ମିଲ୍କ ଚକଲେଟ ଖାଇବା ପରେ ଧୀରେ ଧୀରେ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ତୀକ୍ଷ୍ଣ ହେବ |
୭. ସାଧାରଣତଃ ଦେଖାଯାଏ ଯେଉଁମାନେ ନିଜର ଓଜନ କମ କରିବାକୁ ଚାହୁଁଥାନ୍ତି କିମ୍ବା ଡାଏଟିଂରେ ଥାଆନ୍ତି ସେମାନଙ୍କୁ ଚକଲେଟ ଖାଇବାକୁ ବାରଣ କରାଯାଇଥାଏ | ତେବେ ଡାର୍କ ଚକଲେଟ ଓଜନ ହ୍ରାସ କରିବା, ତୃଷ୍ନା ମେଂଟାଇବା, ବ୍ଲଡ଼ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ଏହା ସହ ଭୋକ ମଧ୍ୟ ନିୟନ୍ତ୍ରଣ କରିଥାଏ|
୮. ଡାର୍କ ଚକଲେଟ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ |ଏହା ଫଳରେ ମସ୍ତିସ୍କକୁ ରକ୍ତ ସଂଚାଳନ ଭଲ ଭାବରେ ହୋଇଥାଏ | ହାର୍ବାର୍ଡ ମେଡିକାଲ ସ୍କୁଲ ଅଫ ଷ୍ଟଡିଜ ଅନୁଯାୟୀ, ୨ କପ ହଟ ଚକଲେଟ ପିଇବା ଦ୍ୱାରା ମସ୍ତିସ୍କକୁ ରକ୍ତ ପ୍ରବାହ ୨ରୁ ୩ ଘଣ୍ଟା ପର୍ୟ୍ୟନ୍ତ ଜୋରରେ ହୋଇଥାଏ |
୯. ଚକୋଲେଟ ଖାଇବା ଫଳରେ ଥକାପଣ ଦୂର ହୋଇଥାଏ | ଅଧିକ ସମୟ ଧରି କୌଣସି କାମ କଲେ ବା ଚାଲିଲେ ଆମେ ଥକି ଯାଇଥାଉ | ଏଭଳି ସ୍ଥିତିରେ ଚକଲେଟ ଖାଇଲେ ଥକାପଣ ଦୂର ହୋଇଯାଇଥଏ |
୧୦. ଚକୋଲେଟ ମନକୁ ଆନନ୍ଦ ଏବଂ ପ୍ରଫୁଲ୍ଲ ରଖେ | କୌଣସି ଦୁଶ୍ଚିନ୍ତାରେ ଥିଲେ ଚକଲେଟ ଖାଇବା ଦ୍ୱାରା କିଛି ସମୟ ପାଇଁ ମଣିଷ ରିଲାକ୍ସ ଅନୁଭବ କରିଥାଏ | ଚକଲେଟରେ ଡେପାମାଇନ ନାମକ ହର୍ମୋନ ରହିଛି ଯାହା ମଣିଷକୁ ଖୁସି ରଖିଥାଏ|

Leave A Reply

Your email address will not be published.